ପୋଲିସର ମୋ ଗାଁ ଅପରାଧ ମୁକ୍ତ ଅଭିଯାନ ଆରମ୍ଭ:ବିଶ୍ୱାସ ଭାଜନ ହେବା ପାଇଁ ଲୋକଙ୍କ ସହ ନିକଟତର…

ଛତ୍ରପୁର (ସମୃଦ୍ଧ ଓଡିଶା) ଗାଁରୁ ଅପରାଧ ମୁକ୍ତକରିବା ପାଇଁ ଆମ ପୋଲିସ ଏବେ ଏକ ଅଭିନବ  ଅଭିଯାନ ଆରମ୍ଭ କରିଛି। ଗାଁକୁଚାଲ କାର୍ଯ୍ୟକ୍ରମ ଭଳି ମୋ ଗାଁ ଅପରାଧ ମୁକ୍ତ ଅଭିଯାନ ମାଧ୍ୟମରେ ଗାଁ ଗହଳରେ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ସଚେତନତା ଶିବିର କରି ଲୋକଙ୍କ ମଧ୍ୟରେ ଭାତୃଭାଵ ସୃଷ୍ଟି କରୁଥିବା ଜଣାପଡିଛି। ଛତ୍ରପୁର ଥାନା ଅନ୍ତର୍ଗତ ସିନ୍ଦୁରପୁରୁ ଗାଁ ରେ ଆମ ପୋଲିସ ଏଭଳି ଏକ  ସଚେତନତା କାର୍ଯ କର୍ମ କରି ବେଶ ସୁନାମ ଅର୍ଜନ କରିଛି ।ଏଥିରେ ଛତ୍ରପୁର ଥାନା ଅଧିକାରୀ ପ୍ରିୟ ରଂଜନ ଛଟରାଏ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଗ୍ରାମାଞ୍ଚଳରୁ କିପରି ଅପରାଧ ମୁକ୍ତ ହୋଇପାରିବ ସେ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରିବ ସହ ଲୋକଙ୍କ ସହଯୋଗ ନିହାତି ଜରୁରୀ ଉପରେ ଗୁରୁତ୍ୱାରୋପ କରିଥିଲେ।ପୁଣି  ଲେ।କମାନେ ଙ୍କୁ ଗାଁ ରେ ଗୁଣି ଗାରେଡି ଭଳି ଅନ୍ଧବିଶ୍ୱାସ ଓ ମୂଖ୍ୟତଃ ଏଟିଏମ  ବ୍ୟବହାର  ନିୟମଗୁଡିକର ଉପରେ ସବୁ ବେଳେ ସଜାଗ ରହିବା ଉଚିତ ବୋଲି କହିଥିଲେ। ଏହି ଅବସରରେ ସେକେଣ୍ଡ ଅଫିସର ଟି ରାଙ୍ଗ। ରାଓ ଯୋଗ ଦେଇଥିଲେ।ଏହି କାର୍ଯ୍ୟ କର୍ମରେ  ଅଧ୍ୟକ୍ଷତା କରିଥିଲେ ସୋମ ନାଥ ବେହେର।।  ଜଟିଆ ନ।ୟକ, ସରପଞ୍ଚ, ସେମିତି ସଭ୍ୟ, ଉପସ୍ଥିତ ଥିଲେ।ଗାଁ ଲୋକେ ପୋଲିସକୁ ସବୁକ୍ଷେତ୍ରରେ ସହଯୋଗ କରିବୁ ବୋଲି କହିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା