ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ସମଗ୍ର ରାଜ୍ୟରେ ୭୮କରୋନା ପଜେଟିଭ୍ ମଧ୍ୟରୁ ଏକତୃତିୟାଂଶରୁ ଅଧିକ (୨୯) ଟି ପଶ୍ଚିମବଙ୍ଗ ଲିଙ୍କ ଜଣାଯିବାପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି । ଆଜି ୧୨.୪୫ରେ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ଉତ୍ତର ସୀମାରେ ଥିବା ରାସ୍ତା ଗୁଡିକରେ ହୋଇଥିବା ସିଲ ଏବଂ ସ୍ଥାନୀୟ ପୋଲିସ୍ ପ୍ରଶାସନ ସହିତ ଏ ସଂପର୍କରେ ସମୀକ୍ଷା କରିଛନ୍ତି । ରାଜ୍ୟରେ କରୋନାର ସ୍ଥିତି ଆୟତ୍ତିଧିନ ଥିବା ବେଳେ ହଠାତ୍ ଭଦ୍ରକ ଓ ଯାଯପୁର ଜିଲାରୁ ୭ଟି ଲେଖାଏଁ ଓ ଆଜି ସକାଳ ସୁଦ୍ଧା ବାଲେଶ୍ୱର ଜିଲାର ୮ଟି କରୋନା ପଜେଟିଭ୍ ଥିବାର ଜଣାଯିବା ପରେ ସମୀକ୍ଷାରେ ପଶ୍ଚିମବଙ୍ଗ ଲିଙ୍କ ସଂପର୍କରେ ଜଣାଯାଇଥିଲା । ସରକାର ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାସ୍ତାକୁ ସିଲ କରିବା ନିର୍ଦ୍ଦେଶ ଦେଇଥିବା ବେଳେ ମୁଖ୍ୟ ରାସ୍ତା ଗୁଡିକ ସିଲ ହୋଇଥିଲେ ମଧ୍ୟ କେତେକ ଗ୍ରାମ୍ୟ ରାସ୍ତାରେ ବହୁ ଗାଡି ଯାତାୟାତ କରିଥିବା ଏବେ ଜାଣିବାକୁ ମିଳିଛି । ରାଜ୍ୟ ସରକାରଙ୍କ ନିସ୍ପତ୍ତିକ୍ରମେ ମାର୍ଚ୍ଚ ୨୮ତାରିଖରେ ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ସମସ୍ତ ରାସ୍ତାକୁଡିକୁ ସିଲ କରାଯାଇଥିଲା । ୨୯ତାରିଖ ଦିନ ଜିଲାପାଳ ଏ ସବୁ ପରିଦର୍ଶନ କରି ଫେରିଥିଲେ ମଧ୍ୟ ବହୁ ସଂଖ୍ୟାରେ ପଶ୍ଚିମବଙ୍ଗରୁ ଓଡିଶା ମଧ୍ୟକୁ ପ୍ରବେଶ କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏସବୁ ସଂପର୍କରେ ତଥ୍ୟ ମିଳିବାପରେ ଆଜି ପୋଲିସ୍ ମହାନିର୍ଦ୍ଦେଶ ଅଭୟ ଜଳେଶ୍ୱର ଶାନ୍ତିଆ ହେଲିପ୍ୟାଡ ଠାରେ ଅବତରଣ କରି ୬୦ନଂ ଜାତୀୟ ରାଜପଥର ଟୋଲ ପ୍ଲଜା ନିକଟରେ ଥିବା ଜଳେଶ୍ୱର ପୋଲିସ୍ର ଅସ୍ଥାୟୀ ଗେଟ୍ ନିକଟକୁ ଆସିଥିଲେ । ସେଠାରେ ସେ କେତେକ ପଦସ୍ଥ କର୍ମକର୍ତ୍ତା ସହ ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରିଥିଲେ । ଘଟଣାସ୍ଥଳରେ କେତେକ ସାମ୍ବାଦିକ ଓ ପୋଲିସ୍ କର୍ମକର୍ତ୍ତାଙ୍କୁ ବାଲେଶ୍ୱରର ସ୍ଥିତି ଗମ୍ଭୀର ଥିଲେ ମଧ୍ୟ ନିୟନ୍ତ୍ରରେ ରହିଥିବା ପ୍ରକାଶ କରିଥିଲେ । ପ୍ରଶାସନ, ପୋଲିସ୍ ଓ ମିଡିଆ କର୍ତ୍ତବ୍ୟ କରିଚାଲିଛନ୍ତି । ଆଗକୁ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ସହିତ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶ, ପୁର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ, ଏସ୍ପି ବି ଯୁଗଳ କିଶୋର, ଏସ୍ଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଧନେଶ୍ଜବର ସାହୁ, ରାଇବଣିଆ ଓଆଇସି ଅଜୟ ମୁର୍ମୁ, ସେଠାରେ କାର୍ଯ୍ୟରତ ପ୍ରବେସନାରୀ ଡିଏସ୍ପି ଅଭିସେକ ପାଣିଗ୍ରାହୀ, ସ୍ୱରାଜ ଦେବତା ଓ ଅଂଜନା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ । ସେଠାରୁ ୬୦ନଂ ଜାତୀୟ ରାଜପଥର ଚାଲନ୍ତି ନିକଟରେ ଥିବା ଅନ୍ୟଏକ ଗେଟ୍ ସଂପର୍କରେ ବୁଲି ଦେଖ୍ଥିଲେ । ସେଠାରୁ ଶ୍ରୀ ଅଭୟ ହେଲିପ୍ୟାଡ୍କୁ ଫେରିଆସି ବାରିପଦା ଅଭିମୁଖେ ଯାତ୍ରା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା