

ଛତ୍ରପୁର (ସମୃଦ୍ଧ ଓଡିଶା) ଦୁର୍ନୀତି କରିବା ନାହିଁ କି ଦୁର୍ନୀତିକୁ ପ୍ରଶୟ ଦେବା ନାହିଁ ଏଭଳି ଏକ ମହତ୍ତ୍ୱ ଉଦ୍ଦେଶ୍ୟରଖି ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଏସପି ବ୍ରିଜେଶ କୁମାର ରାଏ ଓ କର୍ମଚାରୀମାନେ ଦୁର୍ନୀତି ବିରୁଦ୍ଧରେ ଏହି ଶପଥ ପାଠ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ଼ିଏସପି ଡ଼ିଆଇବି ପି.କେ ଦଳାଇ, ଡ଼ିଏସପି ହେଡକ୍ୱାର୍ଟର ଅଜୟ କୁମାର ମିଶ୍ର, ଡ଼ିଏସପି ଏସ. ପ୍ରଧାନ, ରିଜର୍ଭ ଇନିସ୍ପେକ୍ଟର ଗଙ୍ଗାଧର ଧାଙ୍ଗର, ହୋମଗାର୍ଡ ଆରଆଇ ସୁବଳ ସୋରେନ, ଏ.ରାବଣା ରାଓଙ୍କ ସମେତ ବହୁ ପୋଲିସ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା