

ଭଞ୍ଜନଗର/ଗାଙ୍ଗପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପକ୍ଷରୁ ସପ୍ତାହକ ମଧ୍ୟରେ ଦ୍ଵିତୀୟ ଥର ପାଇଁ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଗୁଟଖା ଓ କଞ୍ଚାମାଲ ଜବତ କରାଯାଇଛି । ମଙ୍ଗଳବାର ପୁଣି ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ନେତୃତ୍ୱରେ ନିମିନା ଗ୍ରାମର ଏକ ଗୋଦାମ ଓ ବିଞ୍ଚିଣା ଆରଏମସି ଗୋଦାମରେ ଚଢ଼ାଉ କରି ବେଆଇନ ଭାବେ ପ୍ରସ୍ତୁତ କରାଯାଉଥିବା ବିପୁଳ ପରିମାଣର ଖଇନି, ଗୁଟଖା ମସଲା, ପ୍ୟାକିଙ୍ଗୀ ପାଉଚ ଓ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି । ଚଢ଼ାଉ ସମୟରେ ପୋଲିସ ଉଭୟ ସ୍ଥାନରୁ ୩୫୦ପ୍ୟାକେଟ ଧୂଆଁପତ୍ର କରିଛି ପ୍ରତି ବସ୍ତାରେ ୩୦ କିଲୋ ଧୂଆଁପତ୍ର ରହିଥିବା ପୋଲିସ ସୂଚନା ଦେଇଛି । ଏଥିସହିତ ୫ବସ୍ତା ଚୂନ, ୨୦ ଲିଟର ଅତର, ୧୦ଲିଟର ପେପର ମିଣ୍ଟ, ଦଶ ହଜାରରୁ ଅଧିକ ଖାଲି ପ୍ୟାକେଟ ଜବର କରାଯାଇଛି । ଏଠାରେ ବିଭିନ୍ନ ପ୍ରକାର ବ୍ରାଣ୍ଡର ଖଇନି ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଥିବା ପୋଲିସ ସନ୍ଧେହ କରିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଜବତ ସାମଗ୍ରୀର ମୁଲ୍ୟ ଆନୁମାନିକ ୫ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି କହିଛି । ସୂଚନାଯୋଗ୍ୟ ଯେ ଗତ ଚାରି ତାରିଖ ଦିନ ଗାଙ୍ଗପୁର ଥାନା ଅଂଚଳରେ ୨ଟି ଖଇନି ତିଆରି କାରଖାନା ଓ ୩ଟି ଗୋଦାମ୍ ରେ ଚଢ଼ାଉ କରି ୨୫ ଲକ୍ଷ ଟଙ୍କାର ଖଇନି ଓ କଞ୍ଚାମାଲ ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରାଯାଇଥିଲା । ଫଳରେ ଏହି ଘଟଣାରେ ଏକ ବଡ଼ ଧରଣର ବେଆଇନ ରାକେଟ ସକ୍ରିୟ ଥିବା ପୋଲିସ ଅନୁମାନ କରୁଛି ଓ ଘଟଣାର ତଦନ୍ତ ଜାରି ରଖିଥିବା ଜଣାଯାଇଛି ।
ରିପୋର୍ଟ – ନିଲୁ ବିଷୋୟୀ

