
ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଫେବୃୟାରୀ ୧୬ ତାରିଖରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ଫେବୃୟାରୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାୟଙ୍କ ନିର୍ଦ୍ଦେଶକ୍ରମେ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ହିଞ୍ଜିଳି ଥାନାର ବିଭିନ୍ନ ଗ୍ରାମରେ ଗତ କିଛି ଦିନ ଧରି ଫ୍ଲାଗମାର୍ଚ୍ଚ କାର୍ଯ୍ୟକ୍ରମ ଜାରି ରହିଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ହିଞ୍ଜିଳି ଥାନା ସିକିରି, ରାଳବ, ସାରୁ, ସାପୁଆପଲ୍ଲୀ, ଦୁର୍ବନ୍ଧ, ଦୟାପଲ୍ଲୀ, ପଳାସି, ଗଣ୍ଡଳା ଓ ବେଲଗାଁ ଗ୍ରାମରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାଶଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ଆସିକା ଏସଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଏସ.ଆଇ. ରାଘବ ପ୍ରଧାନ, ଗୋପାଳକୃଷ୍ଣ ଆଗୁପାତ୍ର, ସିଦ୍ଧାର୍ଥ ଜେନା, କାମିଲିନି ନାୟକ, ଏ.ଏସ.ଆଇ. ରାଜନ ବିଷୋୟୀ, ପ୍ରକାଶ ବେହେରା, ଅନନ୍ତ ଶବର, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, ବସନ୍ତ ଉପାଧ୍ୟୟ, ସରୋଜ କୁମାର ରଣସିଂଙ୍କ ସମେତ ୧ ପ୍ଳାଟୁନ ପୋଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା