

ଛତ୍ରପୁର (ସମୃଦ୍ଧ ଓଡିଶା) ସର୍ବ ଭାରତୀୟ ୬୭ତମ ପୋଲିସ ରେସଲିଂ କନେଷ୍ଟବଲର ୨୦୧୯, ରାଜସ୍ଥାନର ଜୟପୁର ଠାରେ ଫେବ୍ରୁଆରୀ ୨୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟରତ କନେଷ୍ଟବଲ ବଲାଲ ଖାନଙ୍କୁ ଅପୂର୍ବ ସଫଳତା ମିଳିଛି । ସେ ୭୦ କିଗ୍ରା ବର୍ଗ ବଡିବିଲ୍ଡିଂଗରେ ରୌପ୍ୟ ପଦକ ହାସଲ କରି ସାରା ଓଡ଼ିଶାର ନାମ ଉଜ୍ଜ୍ୱଳ କରିଛନ୍ତି । ଏଭଳି ସଫଳତା ପାଇଁ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ସମତେ ଅନ୍ୟ ପଦାଧିକାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି । ଆଜି ବଲାଲ ଖାନ୍ ଛତ୍ରପୁରରେ ପହଞ୍ଚିବା ପରେ ତାଙ୍କ ସମର୍ଥକ ମାନେ ତାଙ୍କୁ ସ୍ଥାନୀୟ ରେଳ ଷ୍ଟେସନଠାରେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିବା ସହ ଏକ ଶାନ୍ତିପୂର୍ଣ୍ଣ ବାଇକ ଶୋଭାଯାତ୍ରାରେ ସାରା ସହର ପରାକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ଜଲାଲ ଖାନ, ତୁଷାର କାନ୍ତ ପାଣ୍ଡି (ବାଦଲ), ବୁଲୁ ବେହେରା, ନିଶାନ୍ତ ନାହାକ, ଆଶିଷ ସାହୁ, ଅମିତ ବେହେରା, ଲକି, ସୁବୋଧ ସୁମନ ସ୍ୱାଇଁ, ଚନ୍ଦନ ମିଶ୍ର, ବିନେସ ସାହୁ, ଶେଖ ମହମ୍ମଦ ଇସ୍ତିଆକ, ଅଭିଷେକ ପଟ୍ଟନାୟକ, କୃଷ୍ଣ ପ୍ରଧାନ, ରାଜୁ ରେଡି, ତପୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

