ରାୟଗଡା (ସମୃଦ୍ଧ ଓଡିଶା) ମାଓନେତା ସବ୍ୟସାଚୀ ପଣ୍ଡା ଗୁରୁବାର ଅପରାହ୍ନରେ ରାୟଗଡା ଜିଲ୍ଲା ଦୌରା ଜର୍ଜ କୋର୍ଟରେ ହୋଇଛନ୍ତି । ୨୦୦୨ ମସିହାରେ ମାଓବାଦୀ ସହୀଦ ସପ୍ତାହ ପାଳନ ବେଳେ ଚାନ୍ଦିଲି ଥାନା ଅନ୍ତର୍ଗତ ଲିଙ୍ଗାଗୁଡା ଜଙ୍ଗଲଠାରେ ପୋଲିସ ଓ ଲାଲବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଘଟଣାରେ ମାଓ କମାଣ୍ଡର ସବ୍ୟସାଚୀଙ୍କ ପ୍ରତ୍ୟେକ୍ଷ ସମ୍ପୃକ୍ତି ରହିଥିବା ଦର୍ଶାଇ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତେବେ ଜିଲ୍ଲା କୋର୍ଟରେ ଅଭିଯୋଗ ଶୁଣାଣି ବେଳେ ପୋଲିସ ପକ୍ଷରୁ କୋର୍ଟରେ ମାମଲା ସମ୍ପର୍କିତ ଅଧିକ ଶାକ୍ଷ ପ୍ରମାଣ ଉପସ୍ଥାପନ କରିନଥିବାରୁ ଜିଲ୍ଲା ଦୌରା ଜର୍ଜ ତାଙ୍କୁ ଉକ୍ତ ମାମଲାରୁ ନିର୍ଦୋସରେ ଖଲାସ କରିଛନ୍ତି ବୋଲି ସବ୍ୟସାଚୀଙ୍କ ପକ୍ଷରୁ ମାମଲା ପରିଚାଳକ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ