ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ :ପରିବାରର ଦୁଃଖ କହିଲେ ନ ସରେ…

କଟକ(ସମୃଦ୍ଧ ଓଡ଼ିଶା)କଟକ ପୋଲିସ ବିରୋଧରେ ପୁଣି ଏକ ସାଂଘାତିକ ଅଭିଯୋଗ ଆସିଛି । ପୋଲିସ ମାଡ଼ରେ ପୁରୀଘାଟ  ଥାନା ଅଞ୍ଚଳର ଭରତ ମଣ୍ଡଳ ନାମକ ଜଣେ ଯୁବକଙ୍କ ମୃତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ବିରୋଧରେ ଥାର୍ଡ ଡିଗ୍ରୀ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଅନ୍ୟପଟେ ଡିସିପି ଘଟଣାର ଖଣ୍ଡନ କରିବା ସହ ଯଦି ସତ୍ୟତା ଥାଏ ତେବେ ତଦନ୍ତ କରାଯିବ ବୋଲି କହିଛନ୍ତି । ପୁରୀଘାଟ ପୋଲିସ ବିରୋଧରେ ହାଜତ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। ପୁରୀଘାଟ ପୋଲିସ ଅଭିଯୁକ୍ତ ଭରତକୁ ନିର୍ମମ ଭାବେ ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ଲୋକେ। ଗତ ୨୪ ତାରିଖରେ ପୋଲିସ ଭରତକୁ ଥାନା ହାଜତକୁ ନେଇଥିଲା। ଏହାପରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସୂଚନା ଅନୁଯାୟୀ, ପୋଲିସ ଭରତକୁ ଗତ ୨୮ ତାରିଖରେ ପୁରୀଘାଟ ଅଞ୍ଚଳରୁ ଗିରଫ କରିଥିଲା। ଆଉ ଗିରଫ ସମୟରେ ତା’ଠାର ଗୋଟିଏ ବନ୍ଧୁକ ମଧ୍ୟ ଜବତ କରିଥିଲା । କଟକ ଡିସିପିଙ୍କ ଅନୁସାରେ ଭରତକୁ ଗିରଫ କରି କୋର୍ଟ ଚାଲାଣ ପରେ ଚୌଦ୍ୱାର ଜେଲକୁ ପଠାଇ ଦିଆ ଯାଇ ଥିଲା। ହେଲେ କିଛି ଦିନ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଭରତଙ୍କୁ ଏସିସିବିରେ ଭର୍ତ୍ତି କରାଯାଇଥିଲା । ଆଉ ଏହାପରେ ତାଙ୍କର ମୃତ୍ୟ ଘଟିଥିବା କୁହାଯାଇଛି।ପୂର୍ବରୁ ଓ୍ୱାରେଣ୍ଟ ଜାରି ହୋଇଥିବା ଅଭିଯୁକ୍ତକୁ ଧରିବାକୁ ଯାଇ, ଜଣେ ନିରୀହ ବ୍ୟକ୍ତିଙ୍କୁ ଗିରଫ କରି ଭୁଲ ମାଗିଥିଲା କମିଶନରେଟ ପୋଲିସ ଏବେ ପୁଣି ଏମିତି ଏକ ଘଟଣା ଏବଂ ପୂର୍ବରୁ ଜଣେ ଓକିଲଙ୍କୁ ମାଡମାରି ରାଜ୍ୟ ଚଳଚଞ୍ଚଳ ହୋଇଯାଇଥିଲା ପୋଲିସର ସ୍ୱଚ୍ଛତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।