
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ତହସିଲଦାର ଭାବେ ପ୍ରକାଶ କୁମାର ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ କବିସୂର୍ଯ୍ୟନଗର ତହସିଲଦାର ଭାବେ ନିଜ ଦାୟିତ୍ୱ ତୁଲାଇ ଆସୁୁଥିବା ବେଳେ ଛତ୍ରପୁରକୁ ତାଙ୍କ ବଦଳି ହୋଇଛି । ସେ ୨୦୧୧ ବ୍ୟାଚର ଓଏଏସ ଅଧିକାରୀ ଅଟନ୍ତି । ଶ୍ରୀ ମିଶ୍ର ପୂର୍ବରୁ ବରଗଡ ଓ ଝାରସୁଗୁଡା ଜିଲ୍ଲାରେ ତହସିଲଦାର ଭାବେ ଦାୟିତ୍ୱ ତୁଲାଇବା ପରେ ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଥିଲା । ଆଜି ସେ ଛତ୍ରପୁର ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କଲା ପରେ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନଙ୍କ ସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା