ପ୍ରକାଶ ପାଇଲା ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ସଂରକ୍ଷଣ ତାଲିକା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ପାଇଁ ଚିଠା ସଂରକ୍ଷଣ ଓ ୱାର୍ଡ ପୂନର୍ଗଠନ ତାଲିକା ପ୍ରକାଶ କରାଯାଇଛି । ସୂଚନା ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମକୁ ୪୨ଟି ୱାର୍ଡରେ ପୂନର୍ଗଠନ କରାଯାଇଛି । ପ୍ରକାଶିତ ତାଲିକାରେ ୪୨ଟି ୱାର୍ଡ ମଧ୍ୟରୁ ୧୪ଟି  ୱାର୍ଡ ଯଥା-୨, ୭, ୮, ୧୨, ୧୭, ୧୮, ୨୧, ୨୨, ୨୪, ୨୮, ୨୯, ୩୧, ୩୬ ନମ୍ବର ୱାର୍ଡ ଅସଂରକ୍ଷିତ ରହିଛି । ସେପରି ୱାର୍ଡ ନମ୍ବର ୩, ୪, ୬, ୧୩, ୧୪, ୧୫, ୧୬, ୩୩, ୩୭, ୩୮, ୩୯ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୱାର୍ଡ ନମ୍ବର ୫, ୧୦, ୧୧, ୩୦, ୪୧, ୪୧ ପଛୁଆ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୱାର୍ଡ ନମ୍ବର ୨୬, ୨୭, ୩୪, ୩୫, ୪୦ ପଛୁଆ ବର୍ଗ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ସେପରି ୧ନମ୍ବର ୱାର୍ଡ ଏସଟି (ମହିଳା), ୱାର୍ଡ ନମ୍ବର-୯ ଏସସି,  ୱାର୍ଡ ନମ୍ବର -୧୯ ଏବଂ ୨୫ ଏସସି(ମହିଳା), ୱାର୍ଡ ନମ୍ବର-୨୩ ଏସସିଙ୍କ ପାଇଁ ସଂରକ୍ଷିତ ରହିଥିବା ଜଣାଯାଇଛି । ଏହି ଚିଠା ପ୍ରକାଶନର ଦଶ ଦିନ ମଧ୍ୟରେ କୌଣସି ଆପତ୍ତି ଅଭିଯୋଗ ପାଇଁ ଆବେଦନ କରିପାରିବେ ବୋଲି ନଗର ଉନ୍ନୟନ ବିଭାଗର ଚିଠି ସଂଖ୍ୟା ୨୧୩୭୯/ ତା ୧୦/୧୨/୨୦୨୧ରେ ଉଲ୍ଲେଖ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା