ପ୍ରକାଶ ପାଇଲା ଯୁକ୍ତଦୁଇ ପରୀକ୍ଷା ରେଜଲ୍ଟ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ରେଜଲ୍ଟ । ବିଜ୍ଞାନରେ ୯୪ ପ୍ରତିଶତରୁ ଅଧିକ ଓ ବାଣିଜ୍ୟରେ ୮୯ ପ୍ରତିଶତରୁ ଅଧିକ ରେଜଲ୍ଟ ହୋଇଛି । ଏହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି । www.odisha results.nic.in ଓ SAMS e space ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖି ପାରୁଛନ୍ତି । ବିଜ୍ଞାନ ବିଭାଗର ୭୮ ହଜାର ଓ ବାଣିଜ୍ୟର ୨୪ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ପାଖାପାଖି ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ବିଜ୍ଞାନରେ ୭୮ ହଜାର ୭୭ଜଣ, ବାଣିଜ୍ୟରେ ୨୪ହଜାର ୧୩୬ଜଣ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ବିଜ୍ଞାନରେ ୯୪.୧୨ ପ୍ରତିଶତ ପାସ୍ ହାର ରହିଥିବାବେଳେ ବାଣିଜ୍ୟରେ ୮୯.୨୦ ପ୍ରତିଶତ ପାସ୍ ରହିଛି । ବିଜ୍ଞାନରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ରେଜଲ୍ଟ ହୋଇଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ରେଜଲ୍ଟ ହୋଇଛି । ସେହିପରି ବାଣିଜ୍ୟରେ ବୌଦ୍ଧରେ ଶତପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ଦେବଗଡ଼ରେ ସର୍ବନିମ୍ନ ରେଜଲ୍ଟ ହୋଇଛି । ବିଜ୍ଞାନରେ ୯୪.୧୨ ପ୍ରତିଶତ ରେଜଲ୍ଟ ହୋଇଛି । ମୋଟ ୭୨ ହଜାର ୧୦୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରେଗୁଲାରରେ ୭୦ ହଜାର ୯୧୮ ଓ ଏକ୍ସରେଗୁଲାରରେ ୧୧୮୮ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୪୨ ହଜାର ୨୦୩ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୩୯ ହଜାର ୫୮୭ ଜଣ ପାସ୍ କରିଛନ୍ତି । ଛାତ୍ରଙ୍କ ପାସ୍ ହାର ୯୩.୮୦ ପ୍ରତିଶତ ରହିଛି । ସେହିପରି ୩୪ ହଜାର ୪୦୨ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୨ ହଜାର ୫୧୯ ଜଣ ପାସ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୪.୫୨ ପ୍ରତିଶତ ରହିଛି । ଫାଷ୍ଟ ଡିଭିଜନରେ ୫୦ ହଜାର ୧୫୭ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ସେକେଣ୍ଡ ଡିଭିଜନରେ ୧୪ ହଜାର ୧୨୫ ଓ ଥାର୍ଡ ଡିଭିଜନରେ ୬ ହଜାର ୯୧୦ ଜଣ ପାସ୍ କରିଛନ୍ତି । ୧୧୨୩ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୧୯୩ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ବିଜ୍ଞାନରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ସର୍ବାଧିକ ରେଜଲ୍ଟ କରିଛନ୍ତି । ଜିଲ୍ଲାରେ ୯୯.୧୧ ପ୍ରତିଶତ ରେଜଲ୍ଟ ହୋଇଛି । ସେହିଭଳି ଫୁଲବାଣୀରେ ସର୍ବନିମ୍ନ ୭୬.୮୧ ପ୍ରତିଶତ ରେଜଲ୍ଟ ହୋଇଛି । ବାଣିଜ୍ୟରେ ୮୯.୨୦ ପ୍ରତିଶତ ରେଜଲ୍ଟ ହୋଇଛି । ବାଣିଜ୍ୟରେ ମୋଟ ୨୧ ହଜାର ୧୬୫ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରେଗୁଲାରରେ ୨୦ ହଜାର ୮୭୦ ଜଣ ପାସ୍ କରିଥିବା ବେଳେ ଏକ୍ସ ରେଗୁଲାରରେ ୨୮୪ ଓ ପରେସପଣ୍ଡେନ୍ସରେ ୧୧ ଜଣ ପାସ୍ କରିଛନ୍ତି । ମୋଟ ୧୪ ହଜାର ୯୫୮ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୩ ହଜାର ୨୧୧ ଜଣ ପାସ୍ କରିଛନ୍ତି । ସେହିପରି ୮ ହଜାର ୭୬୮ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭ ହଜାର ୯୫୪ ଜଣ ପାସ୍ କରିଛନ୍ତି । ଫାଷ୍ଟ ଡିଭିଜନରେ ୧୦ ହଜାର ୮୮୩ ଜଣ ପାସ୍ କରିଥିବା ବେଳେ ସେକେଣ୍ଡ ଡିଭିଜନରେ ୫ ହଜାର ୫୩ ଓ ଥାର୍ଡ ଡିଭିଜନରେ ୫୨୪୨ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୧୩୪ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୨୭୩ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ବାଣିଜ୍ୟରେ ବୌଦ୍ଧ ଜିଲ୍ଲାରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ଦେବଗଡ଼ରେ ସର୍ବନିମ୍ନ ୬୧.୫୩ ପ୍ରତିଶତ ରେଜଲ୍ଟ ହୋଇଥିବା ଜଣାପଡିଛି ।