

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଶ୍ୱ ମହାମାରୀ କରୋନାକୁ ରାଜ୍ୟ ସରକାର ସଫଳ ଭାବେ ନିୟନ୍ତ୍ରଣ କରି ପାରିଛନ୍ତି । ଏହି ମହାମାରୀରେ ନିଜ ଜୀବନକୁ ବାଜି ଲଗେଇ ସେବା ପ୍ରଦାନ କରୁଥିବା ଓଡିଶାର ହଜାର ହଜାର ଉଚ୍ଚଶିକ୍ଷିତ ଯୁବ କର୍ମଚାରୀ (ପୋଲିସ୍, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ)ଙ୍କ ଦିନରାତି ପରିଶ୍ରମ ପ୍ରଶଂସନୀୟ । ଏହି ଯୁଦ୍ଧରେ ସାମିଲ ହୋଇଥିବା ଚୁକ୍ତିଭିତ୍ତିକ (ଯେଉଁମାନେକି ଆଇଏସ ଏବଂ ଓଏସ ମାନଙ୍କ ପରି ଓଡିଶା ଷ୍ଟାଫ ସିଲ୍ଲେକ୍ସନ କମିଶନ ଦୂରା ଚୟନ ହୋଇ ନିଯୁକ୍ତ ହୋଇଛନ୍ତି) ଯୁବ ସ୍ୱାସ୍ଥ୍ୟ ଓ ପୋଲିସ କର୍ମଚାରୀଗଣଙ୍କ ପ୍ରତି ରାଜ୍ୟ ସରକାରଙ୍କ ଚରମ ଅବେହେଳା ସମସ୍ତ ସୀମା ପାର କରିଛି । ସେମାନଙ୍କୁ ରାଜ୍ୟ ସରକାର ମାତ୍ର ୯୦୦୦/- ଟଙ୍କା ମାସିକ ବେତନରେ ୬ ବର୍ଷ ପର୍ଯ୍ୟନ୍ତ ଦାଦନ ଖଟାଉଛନ୍ତି, ଯାହାକି ସରକାରଙ୍କ ଘୋଷିତ ଦିନମଜୁରିଆର ପାରିଶ୍ରମିକ ଠାରୁ କମ। ଓଡିଶା ସରକାର ସେମାନଙ୍କୁ ଉପହାସ ସଦୃଶ ରାଜ୍ୟରେ ନୂତନ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ୩୦୦୦୦/- ଟଙ୍କା ଓ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ଏସପିଓ ଭାବେ ମାସିକ ୧୩୦୦୦/- ଟଙ୍କା ବେତନ (ଯଉଁମାନେକି ପେନସନ ପାଉଛନ୍ତି) ଦେବାକୁ ବିଦ୍ଧିବଦ୍ଧ ବିଜ୍ଞାପନ ବାହାର କରିଛନ୍ତି । ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଏଭଳି ବିଜ୍ଞାପନକୁ ଘୋର ବିରୋଧ କରାଯାଇଛି । ଏହି ବର୍ଗର ଯୁବ କର୍ମଚାରୀ ମାନଙ୍କ ଅକ୍ଲାନ୍ତ ପ୍ରରିଶ୍ରମ ଓ ଦାଇତ୍ଵନିଷ୍ଠା ଓଡିଶାକୁ ଫନି, ହୁଡହୁଡ, ତିତିଲି, କରୋନା ଭଳି ବିପର୍ଯ୍ୟୟ ପରିଚାଳନା ପାଇଁ ଦେଶ ଓ ବିଦେଶରେ ପ୍ରଶଂସିତ କରିଛନ୍ତି, ହେଲେ ରାଜ୍ୟ ସରକାର ସେମାନଙ୍କୁ ଦେଇଛନ୍ତି କଣ, ନା ସେମାନେ ଦାଦନ ଖଟିବାକୁ ଯାଇପାରୁଛନ୍ତି ନା ଦିନ ମଜୁରିଆଙ୍କ ପରି ମଜୁରୀ ପାଉଛନ୍ତି । ସରକାର ଏହି ଵର୍ଗର କର୍ମଚାରୀମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରନ୍ତୁ ନ ହେଲେ ଆସନ୍ତା ଦିନରେ ରାଜ୍ୟରେ କୋରନା ଯୋଦ୍ଧା ମନେ ଆମରଣ ଅନଶନ କରି ନିଜ ହକ୍ ନିଜେ ହାସଲ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାର ବହୁବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ କରିବା ସହ ଏଥର କରୋନା ଯୋଦ୍ଧାଙ୍କ ପ୍ରତି ଏଭଳି ଅମାନବୀୟ ନିଷ୍ପତ୍ତି ସରକାର ପ୍ରତିହାର କରି ସପ୍ତମ ବେତନ ଅନୁଯାୟୀ ଦରମା ପ୍ରଦାନ ସହ ଅନ୍ୟ ସମସ୍ତ ବିଭାଗର କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଧେଶକଙ୍କୁ ଅନୁରୋଧ କରିବା ସହ ଏହି ଶ୍ରେଣୀୟ କର୍ମଚାରୀଙ୍କ ହିତ ପାଇଁ ସରକାର ଗୁରୁତ୍ୱ ଦେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ବୋଲି ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି ।
ରିପୋର୍ଟ : ବିଜୟ ମଲ୍ଲ