


ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ଥିବା ଶିବ କୁମାର ପଟ୍ଟନାୟକ ସ୍ମାରକୀ ପାଠାଗାର ପରିସରରେ ସହରବାସୀଙ୍କ ନିମନ୍ତେ ମାଗଣା ଜାତକ ବିଚାର ଓ ପରାମର୍ଶ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜକୁମାରୀ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜ୍ୟୋତିର୍ବିଦ ପଣ୍ଡିତ ଡ଼. ପ୍ରମୋଦ କୁମାର ପାତ୍ରଙ୍କ ଦ୍ୱାରା ଏହି ମାଗଣା ଜାତକ ବିଚାର ସେବା ଯୋଗାଇ ଦିଆଯିବା ପାଇଁ ସ୍ଥିରୀକୃତ ହୋଇଛି । ଏହି ଉଦଘାଟନ ଉତ୍ସବରେ ଛତ୍ରପୁର ଜ୍ୟୋତିର୍ବିଦ ବଟକୃଷ୍ଣ ତ୍ରିପାଠୀ, ସ୍ମାରକୀ ପାଠାଗାରର ସଭାପତି କେ. ଶ୍ରୀନିବାସ ରାଓ, ଜ୍ୟୋତିର୍ବିଦ ପଣ୍ଡିତ ଡ଼. ପ୍ରମୋଦ କୁମାର ପାତ୍ର, ଚାରିଟେବୁଲ ଟ୍ରଷ୍ଟର ଦେବାଶିଷ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରତି ସପ୍ତାହର ମଙ୍ଗଳବାର ଦିନ ଏଥିପାଇଁ ପଞ୍ଜିକରଣ କରାଯିବ । ବୁଧବାର ଦିନ ୯ ରୁ ୧୨ ପର୍ଯ୍ୟନ୍ତ ଏବଂ ଅପରାହ୍ନରେ ୫ ରୁ ୭ ଟା ପର୍ଯ୍ୟନ୍ତ ସେବା ଚାଲୁ ରହିବ ବୋଲି କୁହାଯାଇଛି । ଏହି ଉଦଘାଟନ ସମାରୋହରେ ସ୍ମାରକୀ ପାଠାଗାର ପରିଚାଳନା କମିଟି ସଦସ୍ୟ ଏ.ରାବଣା ରାଓ, ବି. ଶ୍ରୀନିବାସ, ଏନ. ପ୍ରଭାକର ରାଓ, ରାଜେନ୍ଦ୍ର ସାହୁ, କାଳିଆ ବେହେରା, କେ. ରାମବାବୁ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଛତ୍ରପୁର ଓକିଲ ସଂଘ ସଭାପତି କେ. ଶିବରାମ ରେଡ୍ଡୀ, ଗୋକୁଳ ପଣ୍ଡା, ପ୍ରଫୁଲ ପଟ୍ଟନାୟକ, ରାମଚନ୍ଦ୍ର ବେହେରା, ପ୍ରଦୀପ ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


