ପ୍ରଗତିଶୀଳ ଉତ୍କଳ ସମାଜ ପକ୍ଷରୁ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଦାବୀ ପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରଗତିଶୀଳ ଉତ୍କଳ ସମାଜ ପକ୍ଷରୁ ଭୁବନେଶ୍ୱର ସ୍ଥିତ ବିଜେବି କଲେଜର ରାଗିଙ୍ଗରେ ମୃତ ଛାତ୍ରୀ ରୁଚିକା ମହାନ୍ତିକୁ ନ୍ୟାୟ ଦେବା ଦାବୀ ନେଇ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ ଠାରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରକ୍ଷୀରେ ଦୋଷୀଙ୍କୁ ଉଚିତ ଦଣ୍ଡବିଧାନ ସହ କଲେଜ ଗୁଡିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚିତ ନିୟମ ପ୍ରଣୟନ ଏବଂ ରୁଚିକାର ପରିବାରକୁ ଉଚିତ କ୍ଷତି ପୂରଣ ପ୍ରଦାନ ମଧ୍ୟ ଏହି ଦାବିରେ ଉଲ୍ଲେଖ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଅନୁଷ୍ଠାନର ସଭାପତି ସରୋଜ ପଟନାୟକ, ଉପଦେଷ୍ଟା ସମାଜସେବୀ ସରିତା ପଣ୍ଡା, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ବ୍ରହ୍ମପୁର ମହାମାୟୀ ମହିଳା କଲେଜ ଛାତ୍ରୀ ସୁଭଦ୍ରା ଶୁକ୍ଲା ଏବଂ ବିନାୟକ ଆଚାର୍ଯ୍ୟ କଲେଜ ଛାତ୍ର ବଟକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ରୁଚିକାଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରାଯିବ ବୋଲି ଆଇଜି ସତ୍ୟବ୍ରତ ଭୋଇ ସହଯୋଗର ପ୍ରତିଶୃତି ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା