ପ୍ରତିଦିନ ଲୁଣ ପାଣି ପିଅନ୍ତୁ ଆଉ ପାଆନ୍ତୁ ୭ଟି ଜବରଦସ୍ତ ଫାଇଦା

ପାଣି ପିଇବାର ଫାଇଦା ତ ଆପଣ ନିଶ୍ଚୟ ଜାଣିଥିବେ । କିନ୍ତୁ ପ୍ରତିଦିନ ପାଣିରେ ଲୁଣ ମିଶାଇ ପିଇବାର ଫାଇଦା ଟିକେ ନିଆରା ଅଟେ । ପାଣି ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ । କମ୍ ପାଣି ପିଇବା ଦ୍ୱାରା ଶରୀରକୁ ଜରୁରୀ ମିନରଲ୍ ମିଳିନଥାଏ । ପାଣି କମ୍ ହେବା ଦ୍ୱାରା ଶରୀରରେ ଅନେକ ପ୍ରକାର ରୋଗର ଆଶଙ୍କା ଦେଖାଦେଇଥାଏ । ଏଥିପାଇଁ କିଛି ସମୟ ବ୍ୟବଧାନରେ ପାଣି ପିଇବା ଉଚିତ ଯାହାଦ୍ୱାରା ଶରୀରକୁ ଆବଶ୍ୟକ ମିନରଲ୍ ମିଳିପାରିବ । ତେବେ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ସକାଳୁ ଲୁଣ ପାଣି ପିଇବା ଉଚିତ । ଲୁଣ ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ତେବେ ଆସନ୍ତୁ ସେଥିରୁ ମିଳୁଥିବା ଏମିତି କିଛି ଖାସ୍ ୭ଟି ଉପକାରିତା ବିଷୟରେ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି : ସକାଳୁ ପାଣିରେ ଅଳ୍ପ ଲୁଣ ମିଶାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଯାହା ଦ୍ୱାରା ସାଧାରଣ ରୋଗ ଶରୀର ଠାରୁ ଦୂରରେ ରହିଥାଏ । ଡାଇବେଟିସ୍ ଏବଂ ମୋଟାପଣକୁ ମଧ୍ୟ ଏହା ଅନେକାଂଶରେ ରୋକିଥାଏ ।

ତ୍ଵଚାରେ ଆସିଥାଏ କୋମଳତା : ଲୁଣ ପାଣି ପିଇବା ଦ୍ୱାରା ତ୍ଵଚା ସହ ଜଡ଼ିତ ସମସ୍ୟା ଦୂର ହୋଇଥାଏ । ଏହାଦ୍ୱାରା ମୁହଁରେ ଥିବା ଦାଗ ଦୂର ହେବା ସହ ଚମକତା ଆସିଥାଏ । ଏହା ବ୍ୟତିତ ଲୁଣ ପାଣି ତ୍ଵଚାକୁ ମୁଲାଏମ୍ କରିଥାଏ ।

ପାଚନ କ୍ରିୟାକୁ କରିଥାଏ ସୁଦୃଢ଼ : ପେଟ ପାଇଁ ମଧ୍ୟ ଲୁଣ ପାଣି ଅତ୍ୟନ୍ତ ଲାଭକାରି ହୋଇଥାଏ । ଏହା ପାଚନ କ୍ରିୟାକୁ ସୁଧାରିଥାଏ । ଲୁଣ ପାଣି ପିଇବା ଦ୍ୱାରା ପାଚନ ତନ୍ତ୍ର ମଧ୍ୟ ଠିକ୍ ରହିଥାଏ ।

ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ : ଶରୀରରେ ଅନେକ ପ୍ରକାର କ୍ଷତିକାରକ ବ୍ୟାକ୍ଟେରିଆ ରୋଗ ସୃଷ୍ଟି କରିଥାନ୍ତି । ଏହି ବ୍ୟାକ୍ଟେରିଆ ମାନଙ୍କୁ ମାରିବାରେ ଲୁଣ ପାଣି ଅତ୍ୟନ୍ତ ଉତ୍ତମ ସାବ୍ୟସ୍ତ ହୋଇଥାଏ । ଲୁଣ ପାଣିରେ ପ୍ରାକୃତିକ ଏଣ୍ଟିବ୍ୟାକ୍ଟେରିଅଲ ରହିଥାଏ । ଯାହାଦ୍ୱାରା ବ୍ୟାକ୍ଟେରିଆ ସମୁଳେ ନଷ୍ଟ ହୋଇଥାନ୍ତି ଏବଂ ଶରୀର ସୁସ୍ଥ ରହିଥାଏ ।

ହାଡ଼ ମଜବୁତ କରିଥାଏ : ହାଡ଼କୁ ମଜବୁତ କରିବା ପାଇଁ ଲୁଣ ପାଣି ବେଶ୍ ଲାଭକାରୀ ହୋଇଥାଏ । ଏହା ପିଇବା ଦ୍ୱାରା କ୍ୟାଲସିୟମ୍ ମାତ୍ରା ପୂରଣ ହେବା ସହ ହାଡ଼ ମଜବୁତ୍ ହୋଇଥାଏ ।

ମାଂସପେଶୀ ହୋଇଥାଏ ମଜବୁତ : ମାଂସପେଶୀ ମଜବୁତ କରିବା ପାଇଁ ମଧ୍ୟ ଲୁଣ ପାଣି ବେଶ୍ ଲାଭକାରୀ ହୋଇଥାଏ । ଏଥିପାଇଁ କଳାଲୁଣକୁ ଉସୁମ ପାଣିରେ ମିଶାଇ ପ୍ରତିଦିନ ପିଇବା ଉଚିତ । ଏହାଦ୍ୱାରା ଶରୀରରେ ଥିବା ପୋଟାସିୟମ୍ ଦୂର ହେବା ସହ ମାଂସପେଶୀ ମଜବୁତ ହୋଇଥାଏ ।

ଲିଭର ସୁସ୍ଥ ରହିଥାଏ : ଲିଭରରେ ଯଦି କୌଣସି ପ୍ରକାର ଅସୁବିଧା ରହିଥାଏ ତେବେ ଲୁଣ ପାଣି ପିଇବା ଦ୍ୱାରା ଏହି ସମସ୍ୟାକୁ ଦୂର କରାଯାଇପାରେ । ଲୁଣ ପାଣି ପିଇବା ଦ୍ୱାରା ଖରାପ କିମ୍ବା ନଷ୍ଟ ହୋଇଥିବା ଲିଭର ସେଲ୍ ଗୁଡିକ ପୁନଃ କାର୍ଯ୍ୟକ୍ଷମ ହୋଇଥାନ୍ତି ।