


ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ପୋଲିସ ପଡିଆରେ ଜିଲ୍ଲାରେ ପ୍ରଥମ କରି ଗଞ୍ଜାମ ଜିଲ୍ଲା ପୋଲିସ ଦୌଡ଼କୁଦ ପ୍ରତିଯୋଗିତା ୨୦୨୦ ଅନୁଷ୍ଠିତ ଓ ଉଦଘାଟିତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ପିନାକି ମିଶ୍ର ଯୋଗଦେଇ ପୋଲିସ ବାହାନୀରେ ଖେଳ କୁଦକୁ ପ୍ରଧାନ୍ୟ ଦେବା ସହ ନିଜ ଶରୀରକୁ ଫିଟ ରଖିବା ଏହାର ମୂଳ ଲକ୍ଷ ବୋଲି କହିଥିଲେ । ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ତତ୍ବବଧାନରେ ଅନୁଷ୍ଠିତ ଦୁଇ ଦିନିଆ ପ୍ରତିଯୋଗିତାରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ୨୫୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ୧୦୦ ମି, ୨୦୦ ମି, ୪୦୦ ମି, ରିଲେ ରେସ, ସଟ ପୁଟ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀତାରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରୋବେସନାରୀ ଆଇପିଏସ ଅଫିସର ଅଭିଳାଷ ଜି, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ଉତ୍କଳ କେଶରୀ ଦାଶ, ସମୁୟଲ ପ୍ରଧାନ, ଅଜୟ କୁମାର ମିଶ୍ର, ଆରଆଇ ଗଙ୍ଗାଧର ଧାଙ୍ଗର, ଛତ୍ରପୁର ଏସଡିପିଓ ଗୌତମ କିଷାନ ଙ୍କ ସମେତ ସମସ୍ତ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରି ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା





