ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ ୧୧ରେ:ଆଜିଠୁ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀ ପତ୍ର ଦାଖଲ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ ୧୧ରେ ଅନୁଷ୍ଠିତ ହେବ । ବ୍ରହ୍ମପୁର ଲୋକସଭା ଆସନ ପାଇଁ ଡିଆରଡିଏ ପିଡି ରିଟର୍ଣ୍ଣିଙ୍ଗ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ଛତ୍ରପୁର ସ୍ଥିତ ଡିଆରଡିଏ କାର୍ଯ୍ୟାଳୟରେ ଡିଆରଡିଏ ପିଡିଙ୍କ ନିକଟରେ ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥି ପତ୍ର ଦାଖଲ ହେବ । ଏଥିସହ ଏହି ଆସନ ପାଇଁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଛତ୍ରପୁର, ବ୍ରହ୍ମପୁର ଓ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଉପଜିଲ୍ଲାପାଳ, ବ୍ରହ୍ମପୁରର ଅତିରିକ୍ତ ସବକଲେକ୍ଟର ଆସିଷ୍ଟାଣ୍ଟ ରିଟର୍ଣ୍ଣିଙ୍ଗ ଅଫିସର ଅଛନ୍ତି । ଛତ୍ରପୁର ବିଧାନସଭା ଆସନ ପାଇଁ ଛତ୍ରପୁର ଉପଜିଲ୍ଲାପାଳ, ଗୋପାଳପୁର ଓ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳ, ଦିଗପହଣ୍ଡି ବିଧାନସଭା ଆସନ ପାଇଁ ବ୍ରହ୍ମପୁରର ଅତିରିକ୍ତ ସବକଲେକ୍ଟର ଓ ଚିକିଟି ବିଧାନସଭା ଆସନ ପାଇଁ ଛତ୍ରପୁର ଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟରେ ପ୍ରାର୍ଥି ପତ୍ର ଦାଖଲ ହେବ ବୋଲି ସୂଚନା ଦେଇଛନ୍ତି । ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୨ଲକ୍ଷ ୨୧ ହଜାର ୩୦୬ ଭୋଟର ଥିବାବେଳେ ଗୋପାଳପୁରରେ ୨ ଲକ୍ଷ ୮ହଜାର ୭୬ ଭୋଟର, ବ୍ରହ୍ମପୁରରେ ୨ ଲକ୍ଷ ୪ ହଜାର ୮୬୭ ଭୋଟର, ଦିଗପହଣ୍ଡିରେ ୨ ଲକ୍ଷ ୧୧ ହଜାର ୯୧୬ ଭୋଟର ଓ ିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୪ ହଜାର ୨୯୭ ଜଣ ଭୋଟର ରହିଛନ୍ତି । ପ୍ରାର୍ଥି ପତ୍ର ଦାଖଲ ପରିପ୍ରେକ୍ଷୀରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା, ଭିଡିଓ ରେକଡିଂ ବ୍ୟବସ୍ଥା ସହ ବିଭିନ୍ନ ସ୍କ୍ଵାଡ ଏହାଉପରେ ନଜର ରଖିବେ । ଅପରପକ୍ଷରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସିଆର୍‌ପିସିରେ ଦିଆଯାଇଥିବା କ୍ଷମତା ଆଧାରରେ ରବିବାର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି । ଏହି ଆଇନ ଅନୁସାରେ ସାର୍ବଜନୀନ ସ୍ଥାନରେ କୌଣସି ଶୋଭାଯାତ୍ରା, ନିର୍ବାଚନ ପ୍ରଚାର ସମୟରେ କୌଣସି ପ୍ରକାରର ଅସ୍ତ୍ରଶସ୍ତ୍ର ବହନ କିମ୍ବା ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ଏହି ଆଇନ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଗତକାଲି ତଥା ରବିବାର କାର୍ଯ୍ୟକାରୀ କରାଯାଇଛି ବୋଲି ସୂଚନା ଦିଆଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା