

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟରେ ଗୁରୁତର କୋଭିଡ଼ ରୋଗୀଙ୍କ ସଫଳ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ପ୍ଲାଜମା ଥେରାପି ଆପଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରତ୍ୟେକଟି ଜୀବନକୁ ମୂଲ୍ୟବାନ ମନେକରି ରାଜ୍ୟରେ ଗୁରୁତର ହେଉଥିବା କୋଭିଡ଼ ରୋଗୀଙ୍କ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଡାକ୍ଟରଖାନାରେ ରକ୍ତ ଭଣ୍ଡାରରେ ଗୁରୁତର କୋଭିଡ଼ ରୋଗୀଙ୍କୁ ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କର ଶୁଭ ଉଦଘାଟନ ଭିଡିଓ କନଫରେନ୍ସିଂ ଜରିଆରେ କରିଛନ୍ତି । ଆଜିର ଏହି ଅବସରରେ ପ୍ରଥମ ପ୍ଲାଜମା ଦାତା ଭାବେ କୋଭିଡ଼ ଯୋଦ୍ଧା ଶୁଭ୍ରାଂଶୁ ମୋହନ ସାହୁ ଏବଂ କୋଭିଡ଼ ବନ୍ଧୁ ଗ୍ରୁପର ସଦସ୍ୟ ତୁଷାର ରଞ୍ଜନ ପରିଡ଼ା । ଗୋସେବା ସଂଗଠନ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଯାଇଛି । ସେମାନଙ୍କ ଏହି ସେବା ମନୋଭାବ ଅନ୍ୟମାନଙ୍କୁ ପ୍ଲାଜମା ଦାନ କରିବାକୁ ନିଶ୍ଚିତ ଭାବରେ ଉତ୍ସାହିତ କରିବ ଆଶା କରାଯାଇଥିବା ଗୋସେବା ସଂଗଠନ ସଭାପତି ଲଲାଟେନ୍ଦୁ ଚୌଧୁରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲ ପ୍ରତିନିଧି ନିମାଇଁ ଚରଣ ପଣ୍ଡା

