ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗଞ୍ଜାମଜିଲ୍ଲା କଂଗ୍ରେସର ସମସ୍ତ ନଗର ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ପଦବୀରେ ନିଯୁକ୍ତି ଦିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ଗୋପାଳ ଏନଏସିର ସଭାପତି ଭାବେ ଏମ. ମଧୁଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ରମ୍ଭା ଏନଏସି ପାଇଁ ବିପିନ ପ୍ରଧାନ, ଖଲ୍ଲିକୋଟ ଏନଏସି ପାଇଁ ଦିଲ୍ଲୀପ କୁମାର ଜେନା, ପୋଲସରା ଏନଏସି ପାଇଁ ରଘୁନାଥ ସାହୁ, ଗଞ୍ଜାମ ଏନଏସି ପାଇଁ ନବକୃଷ୍ଣ ପଣ୍ଡା, କବିସୂର୍ଯ୍ୟନଗର ଏନଏସି ପାଇଁ ଗୋପୀନାଥ ପାଳ, ପୁରୁଷୋତ୍ତମପୁର ଏନଏସି ପାଇଁ ବିଧାନ ଚନ୍ଦ୍ର ସ୍ୱାଇଁ, ଦିଗପହଣ୍ଡି ଏନଏସି ପାଇଁ ରସାନନ୍ଦ ରାଉତ, ସୋରଡ଼ା ଏନଏସି ପାଇଁ ଜିତେନ୍ଦ୍ର କୁମାର ପାଣ୍ଡେ, ଭଞ୍ଜନଗର ଏନଏସି ପାଇଁ ଲକ୍ଷ୍ମୀକାନ୍ତ ମହାପାତ୍ର, ବେଲଗୁଣ୍ଠା ଏନଏସି ପାଇଁ ଅଜିତ କୁମାର ସାହୁ, ହିଞ୍ଜିଳି ମ୍ୟୁନିସିପାଲଟି ପାଇଁ ସୁନାନନ ସାବତ, ବ୍ରହ୍ମପୁର ମହାନଗର ସଭାପତି ପାଇଁ ପ୍ରମୋଦ କୁମାର ଜେନାଙ୍କୁ ନିଯୁକ୍ତି କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା