ପ୍ରଦେଶ ଯୁବ କଂଗ୍ରେସ ଓଡିଶା ତରଫରୁ ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର (ଆକାଶ ମିଶ୍ର) – ପ୍ରଦେଶ ଯୁବ କଂଗ୍ରେସ ଓଡିଶା ତରଫରୁ ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀ କେଶବ ଚନ୍ଦ୍ର ଯାଦବ, ଓଡିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂହ, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତୃମଣ୍ଡଳୀଙ୍କ ଦ୍ୱାରା ଆଜି ପ୍ରଦେଶ ଯୁବ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ ପ୍ରାରମ୍ଭ କରାଗଲା। ତତ୍ସହିତ ଜାତୀୟ କଂଗ୍ରେସ ସଭାପତି ଶ୍ରୀ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମିଶନ୍ ଶକ୍ତି’ କାର୍ଯ୍ୟକ୍ରମକୁ ମଧ୍ୟ ଓଡିଶାରେ ତ୍ୱରାନ୍ୱିତ କରାଗଲା। ୧୮ ରୁ ୩୫ ବର୍ଷ ମଧ୍ୟରେ ଥିବା ଯୁବକ ଯୁବତୀମାନଙ୍କୁ ଏହି ସଭ୍ୟ ସଂଗ୍ରହ ଅଭିଯାନ ମାଧ୍ୟମରେ ଯୁବ କଂଗ୍ରେସ ସହିତ ତଥା କଂଗ୍ରେସ ଦଳ ସହିତ ଜଡିତ କରିବା ପାଇଁ ଆସନ୍ତା ତା ୨୮.୧୦.୨୦୧୮ ରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଗଲା। ଏହି ସମୟରେ ସଭ୍ୟ ହୋଇଥିବା ସଭ୍ୟମାନେ ହିଁ ଆସନ୍ତା ସାଧାରଣ ନିର୍ବାଚନ ପରେ ହେବାକୁ ଥିବା ଯୁବ କଂଗ୍ରେସର ସାଂଗଠନିକ ନିର୍ବାଚନରେ ଭାଗ ନେଇପାରିବେ ଏବଂ ଭାରତୀୟ ଯୁବ କଂଗ୍ରେସ ଦ୍ୱାରା ଓଡିଶା ପ୍ରଦେଶର ବିଭିନ୍ନ ପଦପଦବୀରେ ରହିବା ପାଇଁ ଯୋଗ୍ୟ ବିବେଚିତ ହେବେ। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥୀ ପରିଚାଳନା କରିଥିଲେ।ଉପରୋକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଯୁବ କଂଗ୍ରେସ ପ୍ରଭାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ରିଆଜ୍ ଉଲ୍ ଅନସାରୀ, ଅର୍ସାଦ୍ଜୀ, ଯୁବ କଂଗ୍ରେସ ନିର୍ବାଚନ ଅଧିକାରୀ ନେଗିଜୀ, ସ୍ମୃତି ରଂଜନ ଲେଙ୍କା, ମିଶନଶକ୍ତିର ଇନ୍ଚାର୍ଜ ରାହୁଲ ରାୟଙ୍କ ସମେତ ପ୍ରଦେଶ ଯୁବ କଂଗ୍ରେସ କର୍ମକର୍ତା ସର୍ବଶ୍ରୀ ସେକ୍ ଅମୀର ମହମ୍ମଦ, କମଲ ଚରଣ ତାଣ୍ଡି, ଦେବାଶିଷ ମହାପାତ୍ର, ଶିଶିର ମାଦଳ, ତୁଷାରକାନ୍ତ ତପସ୍ୱୀ, ଜ୍ୟୋତିପ୍ରକାଶ ଆଚାର୍ଯ୍ୟ, ମାନସ କର, ବିରେନ୍ଦ୍ର ବାଗ, ଅଜୟ କୁମାର ସାହୁ, ଲୋକସଭା ଯୁବ କଂଗ୍ରେସ କମିଟିର ସଭାପତି ରଂଜିତ୍ ପାତ୍ର, ସେକ୍ ସଫିକ୍ଉଦ୍ଦିନ, ତୁଳେଶ୍ୱର ନାୟକ, ଭବାନୀ ଜେନା, ରୁପେଶ ବେହେରା, ସ୍ୱାଧିନ ରଥ, ଅରଜିତ୍ ଘୋଷାଲ, ସତ୍ୟପ୍ରିୟ ସାମଲ, ନନ୍ଦକିଶୋର ଦାସ, ପାର୍ଥ ପହି, ଆର୍ଯ୍ୟବୀର ଲେଙ୍କା, ଆଲୋକ ଲେଙ୍କା, ଆଶୁତୋଷ ସ୍ୱାଇଁ, ସେକ୍ ଇମ୍ରାନ୍ ସରିଫ୍, ଅଭିଳାଷ ମାଣିଆ, ବିଧାନସଭା ଯୁବ କଂଗ୍ରେସର ସଭାପତି ଅମନ ଘୋଷ, ସୁଧାଂଶୁ ଜେନା, ଶ୍ରୀନିବାସ ବେଉରା, ସୁଧାଂଶୁ ଜେନା, ସ୍ୱାଗତ କର, କାହ୍ନା ରାଉତ, ସଂକୁନା କହଁର, ବିରଂଚି ବାରିକ, ତୋଫ୍ଖଳ ଅହମ୍ମଦ, ଶିବଦତ ମହାନ୍ତି, ସ୍ମୃତିରଞ୍ଜନ ପତି, ସାଉଲ ମଙ୍ଗରାଜ, ରାଜେଶ ପଟ୍ଟନାୟକ, ଚିଂଟୁ ଦାସ, ଜ୍ଞାନ ରାଉତ, ବିକି ଚକ୍ରବର୍ତ୍ତୀ, ଅନନ୍ତ ସୁନି, ପ୍ରଦୀପ ସାହୁ, କୈଳାସ ଚନ୍ଦ୍ର ଖୁଂଟିଆ, ସୁବ୍ରତ ବେଉରା, ସୌମ୍ୟଜିତ ମିଶ୍ର, ପ୍ରେମଜିତ୍ ମହାନ୍ତି, ଶେଷଦେବ ବରାଳ, ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।