
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଝାଡପିମ୍ବଳ ପଂଚାୟତର ପିଇଓ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇବା ଲାଗି ୧୦ହଜାର ଟଙ୍କା ଲାଞ୍ଚ ମାଗିଥିବାର ଝାଡପିମ୍ପାଳ ଗ୍ରାମର ପଦ୍ମଲୋଚନ ମୁଖୀ ଜଳେଶ୍ୱର ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ପିଇଓ ଦାୟିତ୍ୱରେ ଥିବା ସୁଶାନ୍ତ ଜେନା ତାଙ୍କୁ ପ୍ରଧାନମନ୍ତ୍ରୀ ଘର ଯୋଗାଇ ଦେବା ଲାଗି ୧୫ହଜାର ଟଙ୍କା ଦାବି କରିବା ଓ ଅଗ୍ରୀମ ୧୦ହଜାର ଟଙ୍କା ଦେବାକୁ କହିଥିଲେ । କିନ୍ତୁ ପଦ୍ମଲୋଚନ ମୁଖୀ ଏହି ଅର୍ଥ ଦେବାଲାଗି ଅସମର୍ଥ ହେବାରୁ ତାଙ୍କୁ ଆବାସ ଯୋଜନାରେ ଘର ଦିଆଯିବ ନାହିଁ ବୋଲି କୁହାଯାଇଛି । ଅଭିଯୋଗ ପରେ ପିଇଓ ଶ୍ରୀ ଜେନାଙ୍କ ସହ ଯୋଗାଯୋଗ କରିବାରୁ ଏହା ମିଥ୍ୟକଥା ବୋଲି ସ୍ପଷ୍ଟିକରଣ ଦେଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା