ଜଳେଶ୍ୱର (ସମୃଦ୍ଧ ଓଡିଶା) କେତେକ କର୍ମଚାରୀଙ୍କ ଅସାଧୁ ଅବଲମ୍ବନ ଓ ରାଜନୈତିକ ଦୃଷ୍ଟିଭାଙ୍ଗ ଯୋଗୁଁ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶଜର ଜିଲା ଜଳେଶ୍ୱର ବ୍ଲକ ଝାଡପିମ୍ପଳ ଗାଁରେ । ସୂଚନା ଅନୁଯାୟୀ ସରକାରଙ୍କ ନିତୀନିୟମ ଅନୁଯାୟୀ ଏସିସି ଇଲିଜିବିଲିଟି ତାଲିକାରେ ଥିବା ବ୍ୟକ୍ତି କ୍ରମିକ ନଂ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଗୃହ ପାଇବାକୁ ଯୋଗ୍ୟ ବିବେଚିତ ହୁଅନ୍ତି । ଝାଡପିମ୍ପଳ ଗାଁର ସୁଭଦ୍ରା ବାରିକ ଏସିସି ଫାଇନାଲ ଇଲିଜିବିଲିଟି ଲିଷ୍ଟର ୨୭ନଂ ତାଲିକାର ଥିଲେ । ତାଙ୍କ ଆଇଡି ନଂ-୧୪୬୪୬୧୮ ରହିଥିଲା । କିନ୍ତୁ ଆବାସ ଯୋଜନା ନ ମିଳିବାରୁ ଭିଏଲ୍ଡବ୍ଲୁ ସୁଶାନ୍ତ କୁମାର ଜେନା ଓ ଜିଆର୍ଏସ୍ ପ୍ରଦୀପ୍ତ କିଶୋର ପ୍ରଧାନ ତାଙ୍କୁ ହଇରାଣ ହରକତ କରୁଥିବାର ସେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୁଭଦ୍ରାଙ୍କ ଘର ସୁବର୍ଣ୍ଣରେଖା ନଦୀକୂଳରେ କାନ୍ଥ ମାଟିରେ ହୋଇଥିବାରୁ ବନ୍ୟା ସମୟରେ ଭୁଷୁଡି ପଡିବାର ସମ୍ଭାବନା ରହିଛି । ସେ ଜଣେ ଦିନ ମଜୁରୀୟା ହୋଇଥିବାରୁ ତାଙ୍କୁ ଏଥିରୁ ବଂଚିତ କରାନଯିବାକୁ ନିବେଦନ କରିଛନ୍ତି । ଏ ସଂପର୍କରେ ବିଡିଓ ଦିପ୍ତିରଂଜନ ସେଠୀଙ୍କୁ ପଚାରିବାରୁ ଏ ସମ୍ପର୍କରେ ଅଭିଯୋଗ ମିଳିଛି ଏବଂ ତାହା ତାଙ୍କ ତଦନ୍ତ ପରିସରଭୁକ୍ତ ରହିଛି ବୋଲି କହିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା