ପ୍ରଧାନମନ୍ତ୍ରୀ ମହିଳା ମାନଙ୍କ ଯୋଜନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅସହିଷ୍ଣୁ ହୋଇପଡୁଛନ୍ତି

ଭୁବନେଶ୍ୱର: ରାଜ୍ୟରେ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି। ଗର୍ଭବତୀ ମହିଳାମାନେ ଅଟୋରେ, ବାଟରେ, ପୋଲ ତଳେ ପ୍ରସବ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟଙ୍କା ଦେଇ ମହିଳାଙ୍କ ମୁହଁ ବନ୍ଦ କରିଦେବାକୁ ଚେଷ୍ଟା କରୁଛନ୍ତି। ମହିଳାମାନଙ୍କୁ ଟଙ୍କା ନୁହେଁ, ବରଂ ଇଜ୍ଜତ ଦରକାର ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।ବିଜେପି ଜାତୀୟ ମହିଳା ମୋର୍ଚ୍ଚାର ପ୍ରତିନିଧି ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଚନ୍ତି ଯେ ଆଜିର ସମାବେଶରେ ମହିଳାମାନଙ୍କ ସ୍ଲୋଗାନ୍‌ରୁ ରାଜ୍ୟରେ ସରକାର ପରିବର୍ତ୍ତନର ଲକ୍ଷଣ ବାରି ହୋଇପଡୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତନ କଥା କହିଛନ୍ତି। ଆଉ ଏହାର ନେତୃତ୍ୱ ଓଡିଶାର ମା ଓ ଭଉଣୀମାନେ ନେବେ।ପୁରୀର ବଡ଼ଦାଣ୍ଡ ନିକଟରେ ମା’ ଗୁଣ୍ଡିଚାରାଣୀଙ୍କ ପାଦତଳେ ଆଜି ମହିଳାମାନେ ଏକାଠି ହୋଇଛନ୍ତି ନିଜର ହକ୍ ମାଗିବା ପାଇଁ। ପ୍ରଧାନମନ୍ତ୍ରୀ ଗତ ଦୁଇଦିନ ତଳେ ଓଡ଼ିଶା ଗସ୍ତରେ ଆସି କହିଲେ ଉଜ୍ଜଳା ଯୋଜନାରେ ଓଡିଶାରେ ୩୪ ଲକ୍ଷ ମହିଳାଙ୍କୁ ଗ୍ୟାସ ମିଳିଛି। ପ୍ରଧାନମନ୍ତ୍ରୀ ଏକଥା କହିବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ତାଙ୍କୁ ଥଟ୍ଟା କରିଥିଲେ।