ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟି ଅନ୍ତର୍ଗତ ଦେଉଳି ପଞ୍ଚୁଘଣ୍ଟା ଗ୍ରାମର ସ୍ୱର୍ଗତ ଗୌରମୋହନ ଜେନାଙ୍କ ପନ୍ନୀ ସୁଷମା ଜେନା ଦେଶର ଅଗଣିତ କୋରାନା ରୋଗୀଙ୍କ ଚିକିତ୍ସାଲାଗି ପ୍ରଧାରନମନ୍ତ୍ରୀ କେୟାର ଫଣ୍ଡକୁ ୧୦ହଜାର ଟଙ୍କାର ଏକ ଚେକ୍ ଜଳେଶ୍ୱର ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କୁ ହସ୍ତାନ୍ତର କରିଛନ୍ତି । ଦୁର୍ବିପାକରେ ପଡିଥିବା ଲୋକଙ୍କୁ ତାଙ୍କ ସ୍ୱର୍ଗତ ସ୍ୱାମୀ ବିଭିନ୍ନ ସମୟରେ ସହାୟତା କରିଥିବା ବେଳେ ଆଜି ତାଙ୍କ ଅନୁପସ୍ଥିତରେ ସ୍ୱାମୀଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ସେ ଏହି ଅର୍ଥ ପ୍ରଦାନ କରିଥିବା କହିଛନ୍ତି । ଏହି ଚେକ୍ ପ୍ରଦାନ ବେଳେ ସମାଜସେବୀ କ୍ଷେତ୍ରମୋହନ ଗିରି, ଚନ୍ଦନ ଦାସ ଓ ବିଜୟ କୁମାର କାମିଳା ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା