ପ୍ରଧାନ ଶିକ୍ଷକ ନିଯୁକ୍ତ ଦାବିରେ କୋଟସାହି ସ୍କୁଲରେ ଗଣଧାରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ କୋଟସାହି ପଂଚାୟତର କ୍ଷୀରୋଦ ପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୂର୍ବ ସୂଚନା ଅନୁଯାୟୀ ଆଜି ଉତ୍ତମ ଦାସ ମହାପାତ୍ରଙ୍କ ନେତୃତ୍ୱରେ କେତେକ ବ୍ୟକ୍ତି ବିଦ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ପ୍ରକାଶଯୋଗ୍ୟ ଗତ ୩୦-୧୦-୨୦୧୬ ମସିହାରୁ ତତ୍କାଳୀନ ପ୍ରଧାନ ଶିକ୍ଷୟତ୍ରୀ ଦେବିରାଣୀ ଜେନା ବସ୍ତା ବ୍ଲକର ଗିଲାଯୋଡି ସ୍କୁଲକୁ ବଦଳି ହୋଇ ଯିବା ପରେ ଅଦ୍ୟାବଧି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଛି । ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଗ୍ରାମବାସୀ ଓ ଅଭିଭାବକମାନେ ପ୍ରତିକାର ଲାଗି ଅଭିଯୋଗ ଓ ଦାବୀ କରି ଆସୁଥିବା ବେଳେ ଚଳିତ ଅଗଷ୍ଟମାସ ୨୦ ତାରିଖରେ ବିଜୟ କୁମାର ଗିରିଙ୍କୁ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା । ମାତ୍ର ସଂପୃକ୍ତ ପ୍ରଧାନ ଶିକ୍ଷକ ଏହି ବିଦ୍ୟାଳୟରେ ଯୋଗ ନ ଦେଇ ଅନ୍ୟତ୍ର ଯୋଗ ଦେଇଥିବା ହେତୁ ସହକାରୀ ଶିକ୍ଷକ ଅମରେନ୍ଦ୍ର ଧଳ ଦୀର୍ଘ ୩ ବର୍ଷଧରି ଏହି ପଦବୀରେ ରହିଥିବାରୁ ଶିକ୍ଷାଦାନ ସୂଚାରୁ ରୂପେ ପରିଚାଳନା ହୋଇ ପାରୁନଥିଲା । ବିଦ୍ୟାଳୟ ଛାତୟଛାତ୍ରୀମାନଙ୍କୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ଏବଂ ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବିରେ ଉତ୍ତମ କୁମାର ଦାସଙ୍କ ସହିତ ତପନ ବେହେରା, ରାଜେନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ହେରମ୍ବ ପ୍ରସାଦ ନନ୍ଦ, ନଗେନ୍ଦ୍ର ଜେନା, ମାଧବ ଶେଣ ପ୍ରମୁଖ ଏହି ଗଣଧାରଣାରେ ସାମିଲ ଥିଲେ । ଘଟଣା ଜାଣି ଜଳେଶ୍ୱର ଏବିଇଓ ସୁଶାନ୍ତ କୁମାର ଜେନା, ସିଆର୍ସିସି ସୁଧିର କୁମାର କର ଓ ଓଷ୍ଟାର ୨ଜଣ କର୍ମକର୍ତ୍ତାଙ୍କୁ ନେଇ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇ ପାରିନାହାନ୍ତି । ପ୍ରଧାନ ଶିକ୍ଷକ ନିଯୁକ୍ତି ପର୍ଯ୍ୟନ୍ତ ଗଣ ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନକାରୀମାନେ ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୁପିତ କୁମାର ପରିଡା