

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପ୍ରଫୁଲ କୁମାର ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପାରଳାଖେମୁଣ୍ଡି ପୌରପରିସଦ ଅଧୀନରେ ଥିବା ଚିକିତ୍ସାଳୟରେ ଡ୍ରେସର ଭାବେ ୧୯୮୪ ମସିହା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଲୋକଙ୍କ ସେବା କରି ଆସୁଥିଲେ ପ୍ରଫୁଲ କୁମାର ବେହେରା । ତାଙ୍କ ସେବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଛାଡ଼ି ଅଲଗା ମେଡ଼ିକାଲ ଯିବା ପାଇଁ କେହି ବି ମଙ୍ଗୁନଥିଲେ । ଯେତେବଡ଼ ଦୁର୍ଘଟଣା ହେଲେବି ତାଙ୍କୁ ଠିକ ଭାବେ ନିୟମିତ ଡ୍ରେସିଂ କରି ସୁସ୍ଥ କରିଥାନ୍ତି । ତାଙ୍କରି ଆଜି ଅବସର ହୋଇଥିବାରୁ କେହିବି ତାଙ୍କୁ ଛାଡିବାକୁ ନାରାଜ । ତଥାପି ସରକାର ନିୟମ ଅନୁଯାୟୀ ତାଙ୍କର ଅବସର ହୋଇଥିବାରୁ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଯାଇଛି । ଯେହେତୁ କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି, ତାକୁ ଆଖିଆଗରେ ରଖି ପ୍ରଶାସନଙ୍କ ନିୟମ ମାନି ସିମିତ କର୍ମଚାରୀ ଉପସ୍ଥିତିରେ କାର୍ଯ୍ୟକ୍ରମଟି କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଡାକ୍ତର ସୁବ୍ରତ ଜମାଦର, କଟେଶ୍ୱର ରାଓ, ଜିତେନ୍ଦ୍ର କରାଡ଼, ମାନସ ପଣ୍ଡା, ଆଦିତ୍ୟ ବେହେରା, ଅମିତ ବେହେରା ସହ ଶ୍ରୀ ବେହେରାଙ୍କ ସମସ୍ତ ପରିବାରବର୍ଗ ଉପସ୍ଥିତି ରହିଥିଲେ ।
