ପ୍ରଫେସର୍ ଡ. ସୁଦର୍ଶନ ଆଚାର୍ଯ୍ୟଙ୍କ ଦ୍ୱାଦଶାହ ଅବସରରେ ଏକ ଭାବପୂର୍ଣ୍ଣ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଆ ଭାଷା-ସାହିତ୍ୟର ପ୍ରଥିତଯଶା ପ୍ରଣମ୍ୟ ପ୍ରଫେସର୍ ଡ. ସୁଦର୍ଶନ ଆଚାର୍ଯ୍ୟଙ୍କ ଦ୍ୱାଦଶାହ ଅବସରରେ ଉତ୍କଳ ଆଶ୍ରମ ନ୍ୟାସ ଓ କଳିଙ୍ଗ ସାହିତ୍ୟ ସମାଜର ମିଳିତ ସହଯୋଗରେ ଏକ ଭାବପୂର୍ଣ୍ଣ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଉତ୍କଳ ଆଶ୍ରମ ପରିସରସ୍ଥ ମୁକ୍ତମଞ୍ଚରେ ଆୟୋଜିତ ଏହି ସ୍ମୃତିସଭାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶହ ଶହ ସୁଦର୍ଶନ ଅନୁରାଗୀ ଉପସ୍ଥିତ ରହି ପ୍ରଫେସର୍ ଆଚାର୍ଯ୍ୟଙ୍କ ସାରସ୍ୱତ କୃତି, ସ୍ମୃତି, କୀର୍ତ୍ତି ଓ ପ୍ରସିଦ୍ଧି ଉଦ୍ଦେଶ୍ୟରେ ଅଶ୍ରୁସିକ୍ତ ଭାବାଞ୍ଜଳି ଅର୍ପଣ କରିଥିଲେ l ଏକ ଭାବ ଗମ୍ଭୀର ଭାକ୍ତିକ ବାତାବରଣ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରଫେସର୍ ଆଚାର୍ଯ୍ୟଙ୍କ ପ୍ରତିକୃତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସଂଗେ ସଂଗେ ଶ୍ରଦ୍ଧା ସୁମନାଞ୍ଜଳି ପ୍ରଦାନ କରିଥିଲେ l ଉତ୍କଳ ଆଶ୍ରମ ନ୍ୟାସ ଓ କଳିଙ୍ଗ ସାହିତ୍ୟ ସମାଜ ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ସ୍ମୃତିସଭା ସମ୍ପର୍କରେ ପ୍ରାକ୍-ସୂଚନା ପ୍ରଦାନ କରିବା ସଂଗେ ସଂଗେ ଦିବଂଗତ ପ୍ରଫେସର୍ ଆଚାର୍ଯ୍ୟଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l କଳିଙ୍ଗ ସାହିତ୍ୟ ସମାଜ ସମ୍ପାଦକ ଡ. ଶରତ କୁମାର ଜେନାଙ୍କ ସଂଯୋଜନାରେ ସଂଚାଳିତ ଏହି ସ୍ମୃତିସଭାରେ ଡ. କମ୍ବୁପାଣି ସାମନ୍ତ, ଡ. ଦୁର୍ଗାମାଧବ ନନ୍ଦ, ଡ. କୈଳାସ ଚନ୍ଦ୍ର ତ୍ରିପାଠୀ, ଡ. ରମେଶ ଚରଣ ତ୍ରିପାଠୀ, ଡ. ଗୌରାଙ୍ଗ ଚରଣ ଦାଶ, ପ୍ରଫେସର୍ ବିଷ୍ଣୁଚରଣ ଚୌଧୁରୀ, ବିପ୍ର ଆଚାର୍ଯ୍ୟ, ଡ. ସୂଚନା ପାଢ଼ୀ, ମେଜର୍ ରମାରମଣ ପାଢ଼ୀ, ପ୍ରାକ୍ତନ ଉପ-ଵାଚସ୍ପତି ରାମଚନ୍ଦ୍ର ପଣ୍ଡା, ପ୍ରଫେସର୍ ବାଇଲଡୁ ପାଣିଗ୍ରାହୀ, ପ୍ରଫେସର୍ ଅମିୟ ପରିଚ୍ଛା, ପ୍ରଫେସର୍ ଲକ୍ଷ୍ମୀ ନାରାୟଣ ରାଉତ, ଡ. ବନମାଳୀ ପାଣିଗ୍ରାହୀ, ଡ. କୃଷ୍ଣପ୍ରସାଦ ମହାପାତ୍ର, ହୃଷୀକେଶ ପାଣିଗ୍ରାହୀ, ସୁଦୀପ୍ତା ପାଣିଗ୍ରାହୀ, ଡ. ସୁଶାନ୍ତ ଜେନା, ଡ. କୁଳମଣି ଓଝା, ଡ. କାହ୍ନୁଚରଣ ପାଢ଼ୀ, ପ୍ରଫେସର୍ ସଦାନନ୍ଦ ନାୟକ, ଡ. ହୃଷୀକେଶ ପଣ୍ଡା, ଅନୁପ କୁମାର ମିଶ୍ର, ଦୀନବନ୍ଧୁ ଶ୍ରୀପଲ୍ଲଵ, ନଳିନୀକାନ୍ତ ଗୌଡ଼, ରାଧାଚରଣ ନାୟକ, ଅଧ୍ୟାପକ ଜୟକୃଷ୍ଣ ଗୌଡ଼, ଡ. ଭରତ ପଣ୍ଡା, ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ୍), ଡ. ଧରଣୀଧର ପଣ୍ଡା, ଡ. ସଞ୍ଜୟ କୁମାର ପଣ୍ଡା, ଡ. ଅଶୋକ କୁମାର ପଣ୍ଡା ସୁଶାନ୍ତ କର, ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବନ୍ଦନା ମିଶ୍ର, ବୈରାଗୀ ପାତ୍ର, ଲାଲବାହାଦୁର ପଟ୍ଟନାୟକ, ତ୍ରିନାଥ ନାୟକ, ଦେବାଶିଷ ମହାପାତ୍ର, ଡ. କାହ୍ନୁଚରଣ ସାହୁ, ସନତ ପଣ୍ଡା, ପଦ୍ମିନୀ ମିଶ୍ର, ଦେବୀପ୍ରସାଦ ମହାପାତ୍ର, ସୁରେଶ ଚନ୍ଦ୍ର ମହାପାତ୍ର, ସଞ୍ଜୟ କୁମାର ଷଡ଼ଙ୍ଗୀ, ଡା. ସାଗର ରଞ୍ଜନ ତ୍ରିପାଠୀ, ଡ. ବୃଷକେତୁ ଦାଶ, ଡ. ରାଜେନ୍ଦ୍ର କୁମାର ତ୍ରିପାଠୀ, ଡ. ରଚନା ପାଢ଼ୀ, ପ୍ରଫେସର୍ ରାମ ନାରାୟଣ ପଣ୍ଡା, ପ୍ରଫେସର୍ ନିର୍ମଳ ଚନ୍ଦ୍ର ସାହୁ, ଡ. ବାୟାମନୁ ଚର୍ଚ୍ଚି, ରବି ନାରାୟଣ ବେହେରା, ଡ. ବିଜୟ ମିଶ୍ର, ଡ. ସ୍ବସ୍ତିକା ପାଢ଼ୀ, ଡ. ପ୍ରସନ୍ନ କୁମାର ବିଷୋୟୀ, ଡ. ବିଶ୍ୱନାଥ ପାଣିଗ୍ରାହୀ, ଶିବ ସୁନ୍ଦର ରଥ, ପ୍ରମୋଦ ପଣ୍ଡା, ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଲୋପା ସାମଲ ପ୍ରମୁଖ ପ୍ରଫେସର୍ ଆଚାର୍ଯ୍ୟଙ୍କ ସାରସ୍ୱତ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧା ନିବେଦନ କରିଥିଲେ l ଓଡ଼ିଆ ଭାଷା-ସାହିତ୍ୟକୁ ମୌଳିକ ଗବେଷଣା ଓ ସୂତ୍ରାଶ୍ରୟୀ ସମାଲୋଚନା ଦିଗରେ ପ୍ରଫେସର୍ ଆଚାର୍ଯ୍ୟଙ୍କ ମହନୀୟ ଅବଦାନ ସମ୍ପର୍କରେ ଉପର୍ଯ୍ୟୁକ୍ତ ବ୍ୟକ୍ତିବିଶେଷ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପ୍ରାରମ୍ଭରେ ଡ. କୁଳମଣି ଓଝା ବୈଦିକ ମନ୍ତ୍ରୋଚ୍ଚାରଣ ସହ ଶ୍ରୀମଦ୍ ଭଗବତ ଗୀତାର ଦ୍ଵିତୀୟ ଅଧ୍ୟାୟ ଆବୃତ୍ତି କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l କଣ୍ଠଶିଳ୍ପୀ ଗୁରୁ ନୀଳାଞ୍ଚଳ ବେହେରା, ଗୁରୁ ଅଶ୍ବିନୀ ମହାପାତ୍ରଙ୍କ ସମେତ ଗଞ୍ଜାମ କଳା ପରିଷଦର ଶିଳ୍ପୀମାନେ ଭକ୍ତି ସଂଗୀତ ପରିବେଷଣ ମାଧ୍ୟମରେ ଶ୍ରଦ୍ଧା ନିବେଦନ କରିଥିଲେ l କାର୍ତ୍ତିକ ପାଣିଗ୍ରାହୀ ସଂଗୀତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫେସର୍ ଆଚାର୍ଯ୍ୟଙ୍କ ପୁତ୍ର ବିଷ୍ୱକ୍ସନ୍ ଆଚାର୍ଯ୍ୟ, ଡ. କୃଷ୍ଣପ୍ରସାଦ ମହାପାତ୍ର, ଡ. ବନମାଳୀ ପାଣିଗ୍ରାହୀ, ଅନୁପ କୁମାର ମିଶ୍ର, ଦୀନବନ୍ଧୁ ଶ୍ରୀପଲ୍ଲବ, ନଳିନୀକାନ୍ତ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ l