ପ୍ରଫେସର ଜୟନ୍ତ ଦାସଙ୍କ ଦ୍ୱାଦଶାହରେ ସ୍ମୃତିସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରଫେସର ଜୟନ୍ତ ଦାସଙ୍କ ଦ୍ୱାଦଶାହ ଉପଲକ୍ଷେ ସ୍ମୃତି କମିଟି ପକ୍ଷରୁ ଆଜି ତାଙ୍କ ନିଜ ବାସଗୃହଠାରେ ଏକ ଶ୍ରଦ୍ଧାସୁମନ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତାଙ୍କ ଗୁରୁ ଡ. ଶ୍ରୀକାନ୍ତ ଚରଣ ପାତ୍ର ଅଧ୍ୟକ୍ଷତା କରି ତାଙ୍କ ଅଧ୍ୟାପନା ବେଳେ ସ୍ୱର୍ଗତ ଜୟନ୍ତ ଦାସ ପ୍ରଥମ ଅନର୍ସର ଛାତ୍ର ଥିଲେ ଓ ତାଙ୍କର ବ୍ୟବହାର, ଶିକ୍ଷାଲାଭ, ମାନବ ପଣିଆ, ଆଲୋଚ୍ୟର ବିଷୟ ଥିଲା ବୋଲି କହିଥିଲେ । ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଦୀନକୃଷ୍ଣ ସ୍ମୃତିପରିଷଦର ଅଧ୍ୟକ୍ଷ ବିପିନ ବିହାରୀ ବିଶ୍ୱାଳ ଦୀର୍ଘବର୍ଷର ସହପାଠୀ, ଜିତାରାମ ଦେ, ଡ. ରମାକାନ୍ତ ଭଂଜ, ରେବତୀର ସଂପାଦିକା ସୁବାସିନୀ ଜେନା, ଡ. ଅଜିତ୍ କୁମାର ମହାନ୍ତି, ଆଶିଷ କୁମାର ଦାସ, ବିଷ୍ଣୁପଦ ମହାନ୍ତି, ଦିଲ୍ଲିପ ଗିରି, ସୁନିଲ ଗିରି, ଶରତ ପରିଡା, କମଳ ଚକ୍ରବର୍ତ୍ତୀ, ସୁକୁମାର ଦାସ, ଗୋପବଂଧୁ ମହାପାତ୍ର, ଅଂଶୁମାନ ମହାନ୍ତି, ଜୟଦେବ ଦାସ, ଶ୍ୟାମଲ କିଶୋର ଦାସ, ଲିପ୍‌ସା ଦାସ, ସତ୍ୟସୁନ୍ଦର ଦାସ, ରାମଚନ୍ଦ୍ର ଜେନା, ଗିତାଞ୍ଜଳି ଦାସ, ପ୍ରଣତି ଦାସ, ଅବନୀ ଚାନ୍ଦ, ଜଳଧର ଭଂଜ, ନାରାୟଣ ଚନ୍ଦ୍ର ପ୍ରଧାନ, ଇନ୍ଦୁମତି ଗିରି, ସତ୍ୟବ୍ରତ ପ୍ରଧାନ, ମଧୁସୂଦନ ଦତ୍ତ, ଅଧିର କୁମାର ଗିରି, ଜୀବନ ପରିଡା, ପୂର୍ଣ୍ଣଚନ୍ଦ୍ର ଦେ, ଜ୍ୟୋତ୍ସା ଦେ, ମଂଜୁ ଦେ ଓ ସ୍ୱର୍ଗତ ଦାସଙ୍କ ପୁତ୍ରବଧୂ ଡ. ଅଭିଶ୍ୱେତା ଦାସ ଶ୍ରଦ୍ଧାସୁମନ ଜ୍ଞାପନ କରି ମୃତ୍ୟୁ ଏକ ଧ୍ରୁବସତ୍ୟ ଓ ବୈଦିକ ଧର୍ମ, ତାଙ୍କର ମାନବିକତା, ସଂଗଠନ ପ୍ରିୟତା, ସାମବାଦୀ ନିତୀ, ଗରିବଙ୍କ ପ୍ରତି ଦୟା, ବଂଧୁତ୍ୱପୂର୍ଣ୍ଣ ସମ୍ଭାଷଣ, ସହପାଠୀଭାବେ ସ୍ମୃତିଚାରଣ କରିଥିଲେ । ସମ୍ବାଦର ଡିଜିଏମ୍ ଗୌତମ ବୁଦ୍ଧ ଦାସ, ଅବସରପ୍ରାପ୍ତ ଶ୍ରସାନୀକ ଅଧିକାରୀ ସନ୍ତୋଷ ମିଶ୍ର, ଡ. ଶ୍ରୀଜୟା ଦାସ, ସ୍ତମ୍ବକାର କାଳିପଦ ପଣ୍ଡା, ଡ. ଡିଡି ଘୋଷ, ମିହିର ଭଂଜ ପ୍ରମୁଖ ଭିଡିଓ କଲିଂରେ ସ୍ମୃତିଚାରଣ କରିଥିଲେ । କରୋନାର କଟକଣା ସତ୍ୱେ ବିଭିନ୍ନ ଅଂଚଳରୁ ତାଙ୍କ ବଂଧୁମାନେ ଅରସି ଦଳେ ପରେ ଦଳେ ସ୍ମୃତିଚାରଣ କରିଥିଲେ । ନଳଗଜା କଲେଜ ପକ୍ଷରୁ ଏକ ସ୍ମୃତିଚାରଣ ବାର୍ତ୍ତା ଆସିଥିଲା । ସ୍ମୃତିସଭାରେ ଏକ ସ୍ମରଣୀକାକୁ ଡ. ବିପିନ ବିହାରୀ ବିଶ୍ୱାଳ ଉନ୍ମୋଚନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା