

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ତରଫରୁ ବିଶାଳ ରକ୍ତଦାନ ଶିବିର ଜିଲ୍ଲା ଗୋପବନ୍ଧୁ ଟାଉନ ହଲ ଓ ଗଁଦିଆ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଢେଙ୍କାନାଳ ଟାଉନ ହଲରେ ୩୨୨ ୟୁନିଟ ଓ ଗଁଦିଆ ବ୍ଲକରେ ୨୦୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କର ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳର ଲୋକପ୍ରିୟ ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲା ବିଜୁ କୃଷକ ଜନତା ଦଳ ସଭାପତି ନରୋତ୍ତମ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡ଼ା, ମହିଳା ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ, ଛାତ୍ର ବିଜେଡ଼ି ସଭାପତି ସୁରଜ ମହାପାତ୍ର, ଜିଲ୍ଲା ଛାତ୍ର ଆଇଟି ସଂଯୋଜକ ସଞ୍ଜୟ କୁମାର ପଣ୍ଡା, ଛାତ୍ର ବିଜେଡ଼ି ନଗର ସଭାପତି ସୋନୁରାମ ସିଂ, ଜିଲ୍ଲା ଛାତ୍ର ସାଧାରଣ ସମ୍ପାଦକ ସୁଶୀଲ ଗୋଛୟତ ଓ ବହୁ ଦଳୀୟ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି

