

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ନୀଳକଣ୍ଠେଶ୍ଵର ମନ୍ଦିର ପୋଖରୀ ହୁଡାରେ ତିଳ ତର୍ପଣ କରାଯାଇଥିଲା । ଏହାପରେ ସେ ଠାରୁ ବାହାରି ଦେଶୀ ବେହେରା ସାହି ସ୍ଥିତ ବିଜୁ ବାବୁଙ୍କ ପର୍ତ୍ତିମୂର୍ତ୍ତୀରେ ପୁଷ୍ପ ମାଲ୍ୟା ଅର୍ପଣ କରାଯାଇଥିଲା । ଏହାପରେ ଆସ୍କା ରୋଡ଼ ତାଳୁକା ଛକଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଏହାସହ ବିଜୁ ପଟ୍ଟନାୟକ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ବିଜୁ ବାବୁଙ୍କୁ ମନ ପକାଇ ସଂଲଗ୍ନ ଦିଆଯାଇଥିଲା । ଏହି ଅବସରରେ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ମହାନଗର ସଭାପତି ବିଜୟ ଚନ୍ଦ୍ର ସାମଲ, ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇ, ମମତା ରାଏ, ମଧୁସ୍ମିତା ମାଝୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ସୋନାଲି ଗନ୍ତାୟତ, ଉମା ମିଶ୍ର, ସୋମିକ ସାହୁ, ମୁକୁନ୍ଦ ଗୌଡ଼, ଜେ. ଶଙ୍କର ନାରାୟଣ, ଟି. ତିରୁପତି ପାତ୍ର, ରାଜେଶ୍ୱର ବେହେରା, ପ୍ରଦୀପ ବେହେରା, ଟି. ଗୋପି, ଶିବ ଶଙ୍କର ସାହାଣୀ, ଟି. କିଶୋର, ସିମାଞ୍ଚଳ ସାହୁ, ପ୍ରମୋଦ ମହାରଣା, ଚନ୍ଦ୍ର ମୋହନ ସାହୁ, କାହ୍ନୁଚରଣ ପାତ୍ର, ପ୍ରଭୁ ମୁରକା, ଲୁଣା ମହାରଣା, ଦୁର୍ଗରେ ନାୟକ, ବୀରେନ ପଟ୍ଟନାୟକ, ସୁଧୀର ରାଉତ, ଜ୍ୟୋତି ସୁବୁଧି, ରାମ ତନ୍ତି, ଶଙ୍କର ବେହେରା, ବିଜୟ ଭାସ୍କର ସିଙ୍ଗ ସାମନ୍ତ, ପ୍ରଦୀପ ସାହୁ, ରୀନା ଗୌଡ଼, ୟୁ. ରମା ରାଓ, ଚନ୍ଦ୍ର ଶେଖର ପୁରୋହିତ, ଅନିଲ ସାହୁ, ରାମଚନ୍ଦ୍ର ସାହୁ, ନିରଞ୍ଜନ ଜେନା, ରାଜେଶ ସାହୁ, ରାଜା ଚୌଧୁରୀ, ସୁରେନ୍ଦ୍ର ପଟ୍ଟନାୟକ, କଲ୍ୟାଣ ବିଷୋୟୀ, ସନାତନ ସାହୁ, ଲକ୍ଷ୍ଣଣ ଚୌଧୁରୀ, ଶିବ ପ୍ରଧାନ, ଯୁବ ଛାତ୍ର, ମହିଳାଙ୍କ ସମେତ ବହୁ ବିଜୁ ପରିବାରର ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



