ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୂତାଣୁ ମହାମାରୀ ଭାବେ ସାରା ବିଶ୍ୱରେ ବଢି ଚାଲିଥିବା ସହ ସଂପୂର୍ଣ୍ଣ ଜୀବନଶୈଳିକୁ ବହୁ ମାତ୍ରାରେ ପ୍ରଭାବିତ କରି ଦେଇଛି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ପ୍ରତ୍ୟେକ ବ୍ୟକ୍ତି ନିଜର ଜୀବନ ବଞ୍ଚାଇବାକୁ ବ୍ୟାକୁଳ ହୋଇ ପଡିଛନ୍ତି । ଯାହା ପ୍ରବାସୀ ଶ୍ରମିକମାନଙ୍କ ଜୀବନରେ ଦେଖାଯାଇଥିବା ସମସ୍ୟା ବର୍ତ୍ତମାନ ସମୟରେ ଘୋର ସଂଙ୍କଟରେ ପହଞ୍ଚିବା ପରିଲକ୍ଷିତ ହେଉଛି । ସୁଦୂର ଆନ୍ଧ୍ର ପ୍ରଦେଶରୁ ପାଦରେ ଚାଲି ଚାଲି ନିଜ ଜନ୍ମ ମାଟିକୁ ଯିବା ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଏନଏଚ(NH)୫୯ ପୋଚିଲିମା ଛକ ଅଞ୍ଚଳରେ । ଅସହାୟ ବ୍ୟକ୍ତିମାନଙ୍କ ଖବର ପାଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ରନ୍ଧା ଖାଦ୍ୟ ଯୋଗାଇ ମାନବିକତାର ପରିଚୟ ସୃଷ୍ଟି କରିବା ଦେଖିବାକୁ ମିଳିଛି । ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହିତ ବୌଦ୍ଧ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ଗାଡ଼ିରେ ଯିବାର ବନ୍ଦୋବସ୍ତ କରିଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
ଭାରତ ମାତା କି ଜୟ