ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ବିଭିନ୍ନ ପ୍ରମାଣ ପତ୍ର ପାଇଁ ଆବେଦନ ପତ୍ର ପେଣ୍ଡିଂ ରହୁଥିବା ଅଭିଯୋଗ ହୋଇଛି । ସମ୍ପ୍ରତ୍ତି ଆଡମିଶନ୍ ଋତୁ ଚାଲିଥିବା ବେଳେ ବିଶେଷ କରି ଛାତ୍ରଛାତ୍ରୀମାନେ ସେମାନଙ୍କର ରେସିଡେନ୍ସ, ଇନକମ, କାଷ୍ଟ୍ ଆଦି ସାର୍ଟିଫିକଟ୍ ପାଇଁ ବିଭିନ୍ନ ଜନସେବା କେନ୍ଦ୍ରରେ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରୁଛନ୍ତି । ଆବେଦନ କରିବା ପରେ ଉକ୍ତ ଅନ୍ ଲାଇନ୍ ଆବେଦନକୁ ତହସିଲ କାର୍ଯ୍ୟାଳୟରେ କିରାଣୀଙ୍କ ଦ୍ୱାରା ତନଖି କରାଯିବା ପରେ ତାହାକୁ ସମ୍ପୃକ୍ତ ଆର୍.ଆଇ.ଙ୍କ ନିକଟକୁ ଫରୱାର୍ଡ କରିବେ । ଉକ୍ତ ଆର୍.ଆଇ. ଆବେଦନ ଫାଇଲ୍ ଟିକିନିଖି ଯାଞ୍ଚ କରିବା ପରେ ତାହାକୁ ତହସିଲଦାରଙ୍କ ନିକଟକୁ ଫରୱାର୍ଡ କରିବେ । ନଚେତ୍ କିଛି ଜରୁରୀ କାଗଜାତର ଆବଶ୍ୟକତା ରହିଥିଲେ ତାହାର କାରଣ ଦର୍ଶାଇ ହୋଲ୍ଡ ରଖିବେ । ହେଲେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ଏବେ ଅନେକ ଛାତ୍ର ଛାତ୍ରୀଙ୍କ ଅନ୍ ଲାଇନ୍ ସାର୍ଟିଫିକଟ୍ ଆବେଦନ ଏବେ ପେଣ୍ଡିଂ ପଡି ରହିଥିବା ଅଭିଯୋଗ ହୋଇଛି । ଏମିତିକି କିଛି ଏବେଦନ ପତ୍ରକୁ ଏବେ ଦୁଇ ମାସରୁ ଉଦ୍ଧ୍ୱର୍ ଦିନ ବିତି ଯାଇଥିଲେ ହେଁ ସେମାନଙ୍କୁ ସେମାନଙ୍କ ପ୍ରମାଣ ପତ୍ର ମିଳିନଥିବା ଅଭିଯୋଗ ହୋଇଛି । ତେବେ ଖୁବ୍ ଶୀଘ୍ର ସମସ୍ତ ପ୍ରମାଣ ପତ୍ର ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କର ଆବେଦନ ପତ୍ର ଯାଞ୍ଚ କରି ତୁରନ୍ଚ ପ୍ରଦାନ କରିବାକୁ ସାଧାରଣରେ ଦାବୀ ହୋଇଛି । ଅନ୍ୟପକ୍ଷରେ ଉକ୍ତ କାର୍ଯ୍ୟ ସକାଶେ ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରିବେ ବୋଲି ତହସିଲଦାର ଅଦ୍ୱୈତ କୁମାର ସ୍ୱାଇଁ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା