ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗଦିଆଁ ତହସିଲ ଅନ୍ତର୍ଗତ ଖଙ୍କିରା ପଞ୍ଚାୟତରେ ଛୋଟ ତେନ୍ତୁଳିରେ ଚାଲିଛି ବ୍ୟାପକ ଭାବେ ଚୋରା ମାଙ୍କଡ଼ାପଥର ଖନନ । ଦୀର୍ଘ ଦିନ ଧରି ସାଧାରଣ ଜନତାଙ୍କ ଦାବି ପରେ ବି ପ୍ରଶାସନ ସାଜିଛି ନିରବଦ୍ରଷ୍ଟା । ଗଦିଆଁ ତହସିଲ ଠାରୁ ମାତ୍ର ୨୫ କିମି, ନାଉଳଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଠାରୁ ମାତ୍ର ୫କିମି, ନିହଳପ୍ରସାଦ ଥାନା ଠାରୁ ମାତ୍ର ୧୫ କିମି ଓ ଛୋଟତେନ୍ତୁଳି ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୫୦୦ମିଟିର, ଖଙ୍କିରା ବନ ବିଭାଗ କାର୍ଯ୍ୟାଳୟର ୫୦ ମିଟର ଦୁର ଖଙ୍କିରା ଓ ଲାଉଳଇ ରାସ୍ତା ଦେଇ ଚାଲିଛି ସହ ସହ ମାଙ୍କଡ଼ା ଵୋଝେଇ ଗାଡି । ଧୁଳିରେ ଦୁଇ ଗ୍ରାମବାସୀ ଅତିଷ୍ଠ କିନ୍ତୁ ପ୍ରଶାସନ ସବୁ ଦେଖି ନିରବ କଣ ପାଇଁ ? ଆଜି ସକାଳୁ ଖଙ୍କିରା ପଞ୍ଚାୟତର ସରପଞ୍ଚ ଓ ଗ୍ରାମବାସୀ ଗ୍ରାମ ଭିତରେ ଭାରି ଯାନ ନ ଯିବାକୁ ପ୍ରତିବାଦ କରିବାରୁ କିଛି ଗାଡି ମାଲିକ ସରପଞ୍ଚଙ୍କୁ ଅସଦ ବ୍ୟବହାର କରିବା ସହ ମାରିବାକୁ ଉଦ୍ୟତ ହେଇଛନ୍ତି । ପ୍ରକାଶ ଥାଉ କି ଖଙ୍କିରାରେ ଏକ ବାଇପାଶ ରାସ୍ତା ଥିଲା ବେଳେ ବନ ବିଭାଗର କର୍ମଚାରୀ ସେହିଁ ବାଟେ ଗାଡି ଯାଇପାରିବ ନାହିଁ ବୋଲି ମନା କଲାପରେ ସହ ସହ ମାଲ ବୋଝେଇ ଗାଡି ବିପଦ ସଂକୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ଲାଉଳାଇ ଗାଁର ଚିତ୍ତରଞ୍ଜନ ସାହୁ ବାପା ଧନେଶ୍ୱର ସାହୁଙ୍କର ଛୋଟ ତେନ୍ତୁଳିରେ ୨୦ ଏକର ଜମିରେ ଏବେ ପଥର ଖନନ ଚାଲିଛି । ଶହ ଶହ ଗାଡି ମଧ୍ୟରୁ ଚିତ୍ତରଞ୍ଜନ ସାହୁଙ୍କ ଗାଡିକୁ ବି ଆଜି ଖଙ୍କିରା ସରପଞ୍ଚ ଅଟେକେଇ ଥିଲେ, ଏହି କ୍ରମରେ ଆଜି ଖଙ୍କିରା ଓ ପାଖ ଗାଁ ମାନଙ୍କରୁ ଯାଉଥିବା ସାଇକେଲ ମଟର, ଚାରି ଚକିଆ ଗାଡିକୁ ନିଜ ଗାଁ ବାଟେ ଯାଇ ପାରିବନି ବୋଲି କହି ଚିତ୍ତରଞ୍ଜନ ଲୋକମାନଙ୍କୁ ଫେରେଇ ଦେଇଛି । ଗାଡି ମାଲିକଙ୍କ ଦାଦାଗିରି ଯୋଗୁଁ ପଥର ବୋଝେଇ ଗାଡି ଖଂକିରା ଗାଁ ଭିତର ଦେଇ ଯାଇପାରିବ ନାହିଁ ବୋଲି ସରପଞ୍ଚ ବାରଣ କରିଛନ୍ତି ସେ ଖଙ୍କିରାର କୋଣସି ଲୋକଙ୍କୁ ତାଙ୍କ ଗାଁ ବାଟ ଦେଇ ଛାଡିବେ ନାହିଁ ବୋଲ କହିଛନ୍ତି । ତେଣୁ ଏହି ଘଟଣାକୁ ତୁରନ୍ତ ଜିଲ୍ଲା ପ୍ରଶାସନ ହାତକୁ ନେଇ ସମାଧାନର ବାଟ ବାହାର ନକଲେ ଆସନ୍ତା ଦିନରେ ଖଙ୍କିରା ଓ ଲାଉଳଇର ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏହି ସମସ୍ୟାର ସମାଧାନ ଯଥାଶୀଘ୍ର କରାଯାଉ । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗାଁ ବାସୀ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି