

ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ କମିଶନରଙ୍କ ନିୟମ ଅନୁଯାୟୀ କାର୍ଯ୍ୟରେ ପ୍ରଶାସନିକ ଅଧିକାରୀମାନଙ୍କ ଗତ କିଛିଦିନ ତଳେ ଅଦଳବଦଳ ହୋଇଥିଲା । ଏଥିରେ ଛତ୍ରପୁର ଉପଜିଲ୍ଲାପାଳ ଭାବେ ଗଂଜାମ ଜିଲ୍ଲାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଡିଆରଡିଏ) ପ୍ରିୟରଂଜନ ପୃଷ୍ଟି ଓ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶ (ଡିଆରଡିଏ) ଭାବେ ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ ଭାବେ ନିଜୁକ୍ତି ହୋଇଛନ୍ତି । ଏ ନେଇ ଗତକାଲି ଛତ୍ରପୁର ଉପଜିଲ୍ଲାପାଳ ଭାବେ ପ୍ରିୟରଂଜନ ପୃଷ୍ଟି ଦାୟିତ୍ୱ ଗ୍ରହଣ କରିଛନ୍ତିି । ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଡିଆରଡିଏ) ଭାବେ ଦେବବ୍ରତ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦୁହେଁ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜ ନିଜର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଦୁଇଟି କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଦୁଇଜଣଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

