
ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନର ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବେ ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି । ଏହାସହ ଗଞ୍ଜାମ କୋଭିଡ଼ ମ୍ୟାନେଜମେଣ୍ଟର ଓଏସଡି ଭାବେ ଆଇଏଏସ କୀର୍ତ୍ତି ଭାସାନଙ୍କୁ ମଧ୍ୟ ବଦଳି କରାଯାଇଛି । ଆଇଏଏସ ଶୁଭଙ୍କର ମହାପାତ୍ର ବାଲିଗୁଡ଼ା ଉପଜିଲ୍ଲାପାଳ ହୋଇଥିବା ବେଳେ ଆଇଏଏସ ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ ସମ୍ବଲପୁରର ନୂଆ ଉପଜିଲ୍ଲାପାଳ । ଗଜପତି କୋଭିଡ଼ ମ୍ୟାନେଜମେଣ୍ଟର ଓଏସଡି ଭାବେ ଆଇଏଏସ ଜେ. ସୋନାଲଙ୍କ ନିଯୁକ୍ତି କରାଯାଇଛି ।
