
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜେଇଇ (ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ) ପରୀକ୍ଷାର୍ଥୀଙ୍କ ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ରବିବାର ଟ୍ୱିଟ୍ କରି ଜଣାଇଛନ୍ତି । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି (ସୋମବାର) ୧୨ଟା ୩୦ ମିିନିଟ୍ରେ ବସ୍ ବ୍ରହ୍ମପୁର ଆଇଟିଆଇରୁ ଭୁବନେଶ୍ୱରକୁ ଛାଡିବ । ସୁବିଧା ନେବାକୁ ଚାହୁଁଥିବା ପରୀକ୍ଷାର୍ଥୀମାନେ ଆଜି ସନ୍ଧ୍ୟା ୮ଟା ଯାଏଁ ୦୯୪୩୮୨୯୩୯୦୯ ଫୋନ୍ ନମ୍ବରରେ ନୋଡାଲ ଅଧିକାରୀଙ୍କୁ କଲ୍ କରିପାରିବେ । ଅନ୍ୟପଟେ ଜେଇଇ ଏବଂ ନେଟ୍ ପରୀକ୍ଷା ପାଇଁ କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାର ପ୍ରଥମ ବ୍ୟାଚ ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ଅଭିଭାବକମାନେ ପରୀକ୍ଷା କେନ୍ଦ୍ର ଅଭିମୁଖେ ବସ୍ରେ ରବିବାର ଚଢିଛନ୍ତି ବୋଲି କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା