


ଚିକିଟି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅଞ୍ଚଳରେ ଗଢିଉଠିଥିବା ବେଆଇନ ଇଟା ଭାଟିକୁ ପ୍ରଶାସନ ସିଜ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିକିଟି ତହସିଲ ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ତରଫରୁ ମିଳିତ ଭାବେ କେ.ନୂଆଗାଁର ୨ଟି, କୁଟିଲିଙ୍ଗି ୧, ବଡ଼ବରଙ୍ଗା ୧ ମୋଟା ୪ଟି ଇଟା ଭାଟିକୁ ଯାଇ ସିଜ କରିବା ସହ ଲାଲ ପତାକା ପୋତିଛନ୍ତି । ପୁଣି ସରକାରୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏଗୁଡିକ ଖୋଲା ଯିବ ନାହିଁ ବୋଲି ସୂଚନା ଦେଇଛନ୍ତି । ଏହି ଇଟା ଭାଟିକୁ ସିଜ କରିବା ସମୟରେ ଟିକିଟି ତହସିଲଦାର ହରପ୍ରସାଦ ଭୂଇଁ ଓ ଅତିରିକ୍ତ ତହସିଲଦାର ଶକ୍ତିପ୍ରସାଦ ଶ୍ରୀଚନ୍ଦନ, ଗ୍ରୀନଟ୍ରିବୁନାଲ କଣ୍ଟ୍ରୋଲ ବୋର୍ଡ ଅଧ୍ୟକ୍ଷ ଦେବବ୍ରତ ସେଠି, ରାଜସ୍ୱ ନିରୀକ୍ଷକ, ସୁବାଷ ମଲ୍ଲିକ, ଚିକିଟି ରାଜସ୍ୱ ନିରୀକ୍ଷକ ପ୍ରମୋଦ ବେହେରା, ପ୍ରସନ ମହାନ୍ତି, କେ.ନୂଆଗାଁ ଥାନା ପୋଲିସ ଅଂଶ ଗ୍ରହଣ କରିଥିଲେ । ଇଟା ଭାଟି ଯୋଗୁଁ ଏହି ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିଚାଲି ଥିଲା ବେଳେ ଇଟା ଭାଟିର ଧୂଆଁରେ ଜନସାଧାରଣ ଅଣନିଶ୍ଵାସୀ ହେଉଥିବା ଅଭିଯୋଗ ହେଉଥିଲା । ଏହାକୁ ବନ୍ଦ କରିବା ପାଇଁ ବିଭିନ୍ନ ମହଲରେ ଦାବି ମଧ୍ୟ ହେଉଥିଲା । ପ୍ରଶାସନର ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିବା ବେଳେ ଏହି ଅଞ୍ଚଳ ଏବେ ପ୍ରଦୂଷଣ ମୁକ୍ତ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



