

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ସହରରେ ଜାଗିଲି ସାହି ପ୍ରାଥମିକ ବିଦ୍ୟାଳୟ, ମଧୁ ବିଦ୍ୟାପୀଠ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନିମାପଲ୍ଲୀ ସେବାଶ୍ରମ ବିଦ୍ୟାଳୟ, ନୂଆସାହି ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀ ଭାବେ ଚିହ୍ନଟ କରାଯାଇଥିଲା । ଭଙ୍ଗା ଘରେ ବସବାସ କରୁଥିବା ଲୋକମାନଙ୍କୁ ଗୁରୁବାର ଅପରାହ୍ନରୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କୁ ପ୍ରଶାସନ ପକ୍ଷରୁ ବିଜୁ ଯୁବବାହିନୀ ସଦସ୍ୟମାନଙ୍କ ସହାୟତାରେ ମାଗଣାରେ ଖୁଖିଲା ଓ ରାନ୍ଧନ ଖାଦ୍ୟ ବଣ୍ଟନ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ କର୍ମୀମାନେ ଆଶ୍ରୟ ସ୍ଥଳୀ ମାନଙ୍କରେ ଉପସ୍ଥିତ ରହି ରୋଗୀ ସେବା ସ୍ୱାସ୍ଥ୍ୟ ସେବା ପହଞ୍ଚାଇଛନ୍ତି । ଶୁକ୍ରବାର ସକାଳେ ଏନଏସି ନିର୍ବାହୀ ଅଧିକାରୀ ପ୍ରଫୁଲ ଚନ୍ଦ୍ର ଡାକୁଆଙ୍କ ତତ୍ତ୍ୱାବଧାନରେ ସମସ୍ତ କର୍ମଚାରୀ ବିଜୁ ଯୁବ ବାହିନୀ ସଭାପତି ସମୀର କାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, ଦୁର୍ଗାମାଧବ ସାହୁ, ମନ୍ମଥ ପାଣିଗ୍ରାହୀ, ସୁମନ ସାହୁ, କାହ୍ନୁଚରଣ ବେହେରା, ରିତେଶ ବେହେରା, ୟୁଏଲବି କୋଡିନେଟର ସନ୍ତୋଷ ବାଡ଼ତ୍ୟା, ସୁଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଶ୍ରୟ ସ୍ଥଳୀମାନଙ୍କରେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥିତ ବାତ୍ୟା ବନ୍ୟା ଆଶ୍ରୟ ସ୍ଥଳୀରେ ଲଗାଣ ବର୍ଷା ଯୋଗୁଁ ଆଣ୍ଠୁଏ ଲେଖାଏ ପାଣି ଜମି ରହିଥିଲା । ଜଳ ନିଷ୍କାସନ ହୋଇନପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା । ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଲୋକେ ଆଶ୍ରୟ ନେବାକୁ ବିକଳ୍ପ ନଥିବାରୁ ବାଧ୍ୟ ପ୍ରାୟ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା












