ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରା ତାରିଣୀ ମନ୍ଦିରରେ ଚାଲିଛି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ବୁଲି ଦେଖିଲେ ଜିଲ୍ଲାପାଳ:ତୁରନ୍ତ କାମ ଶେଷ କରିବାକୁ ଦେଲେ ନିର୍ଦ୍ଦେଶ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ମନ୍ଦିରରେ ଚାଲିଛି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ । ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମନ୍ଦିର ପରିସରରେ କିଭଳି କାମ ଚାଲିଛି ବୁଲି ଦେଖିଛନ୍ତି । ଏହାସହ ଗତକାଲି ଏକ ସମୀକ୍ଷା ବୈଠକ କରି ଭକ୍ତମାନେ କିପରି ସୁବିଧାରେ ମା’ଙ୍କ ଦର୍ଶନ କରିପାରିବେ ସେ ନେଇ ଗୁରୁତ୍ୱ ଦେବା ସହ ରାସ୍ତା ଓ ମନ୍ଦିର ପରିସରରେ ଆଲୋକୀକରଣ, ଗେଟ ନିର୍ମାଣ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଠିକ ଭାବେ କିପରି କରାଯାଇପାରିବ ଏହାସହ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡିକ ସମ୍ପର୍କରେ ଆଲୋଚନା କରି ତୁରନ୍ତ ଶେଷ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ, ବିଡ଼ିଓ ସତ୍ୟସୁନ୍ଦର ରାଉତ, ପୂର୍ତ୍ତବିଭାଗ ନିର୍ବାହୀ ଅବନିକାନ୍ତ ଦାଶ, ତାରାତାରିଣୀ ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ନିଶଙ୍କ ସମେତ ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧିକାରୀଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା