ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ପ୍ରବାସୀ ଓଡ଼ିଆମାନଙ୍କୁ ସଂଗରୋଧ କେନ୍ଦ୍ରରେ ୧୪ଦିନ ରହିବା ପରେ ନିଜ ଘରେ ୭ଦିନ ଗୃହରୋଧରେ ରହିବା ସରକାରୀ ନିୟମ ରହିଛି । ସଂଗରୋଧ କେନ୍ଦ୍ରରେ ରହିବା ସମୟରେ ଯଦି କୋରନା ଲକ୍ଷଣ ଦେଖା ଯାଏ ତାହା ହେଲେ ତାହାର ପରିକ୍ଷା କରାଯାଇ ସଂଗରୋଧ କେନ୍ଦ୍ରରେ ପରିବାର ବର୍ଗ ଠାରୁ ଦୁରେଇ ରଖା ଯାଏ । ଏଥିପାଇଁ ଯେ ସଂକ୍ରମଣ ନ ହେବା ପାଇଁ ଓ ଗୋଷ୍ଠୀ ସଂକ୍ରମଣ ନ ହେଉ ବୋଲି, କିନ୍ତୁ ଜଗନ୍ନାଥ ପ୍ରସାଦ ଆଂଚଳିକ ମହାବିଦ୍ୟାଳୟ ସଂଗରୋଧ କେନ୍ଦ୍ର ଏକ ପ୍ରହସନ ପାଳିଟିଛି । ଏହି ସଂଗରୋଧ କେନ୍ଦ୍ର ଅର୍ଥାତ ମିନି ଷ୍ଟାଡିୟମର ଗେଟ ଭାଙ୍ଗି ଯାଇଥିବାରୁ ନାମକୁ ମାତ୍ର ବାଉଁଶ ପୋତି ଦିଆ ଯାଇଛି, ସେହି ପଟେ ପରିବାର ଲୋକ ଆସି ଭେଟି ପାଖା ପାଖି ବସି ଦୁଃଖ ସୁଖ ହେବା ଜିନିଷ ଦିଆନିଆ କରିବା, ଦେଖା ଯାଉଛି । ସାମାଜିକ ଦୂରତା ନଷ୍ଟ ହେଉଛି । ପ୍ରବାସୀ ଭାଇଟି ଘରକୁ ଯିବା ପୂର୍ବରୁ ପରିବାର ଲୋକଙ୍କୁ ସଂକ୍ରମିତ କରିଦେବା ସ୍ୱଷ୍ଟ ହେଉଛି । ସଂଗରୋଧ କେନ୍ଦ୍ର କେବଳ ଏକ ପ୍ରହସନ ପାଳିଟିଛି । ସଂଗରୋଧ କେନ୍ଦ୍ର ସେପଟେ ପ୍ରବାସୀ ଏପଟେ ପରିବାର ଲୋକ, ଦୂରତା ମାତ୍ର ଦୁଇ ଇଞ୍ଚର । ଏଠି ସରକାରଙ୍କ ସଂଗରୋଧ କେନ୍ଦ୍ରର ନିୟମର ଖୋଲା ଖୋଲି ଉଲଂଘନ ହେଉଛି । ଏହାର ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବୀ ହେଉଛି ।
ରିପୋର୍ଟ – ନିଲୁ ବିଷୋୟୀ