ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଦେଇଥିବା ପ୍ରତିଶୃତି ଆଜି ପାଣିର ଗାର ପାଲଟିଛି

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟସରକାର ଗଣତାନ୍ତ୍ରିକ ଉପାୟରେ ନିଜର କଥା ରଖିବା ପାଇଁ ଆସୁଥିବା ଚାଷୀମାନଙ୍କର କଣ୍ଠରୋଧ କରିବା ପାଇଁ ଅପଚେଷ୍ଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଚାଷୀମାନଙ୍କ ସମସ୍ୟାର ସମାଧାନ ନକରି ସେମାନଙ୍କୁ ହଇରାଣ କରି ରାସ୍ତାରେ ଅଟକାଇ ଗିରଫ କରିବା ଘଟଣାକୁ ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା ନିନ୍ଦା କରିଛନ୍ତି । ରାଜ୍ୟର କୃଷି ଏବଂ କୃଷକମାନଙ୍କ ପାଇଁ ରାଜ୍ୟସରକାରଙ୍କ ବୈମାତକୃ ମନୋଭାବ ଦେଖାଇ ଚାଲିଛନ୍ତି । କୃଷିକମିଶନ ୨୦୧୨ରେ ତିଆରି ହୋଇଥବି । ସତ୍ୱେ କୃଷକ କଲ୍ୟାଣ ରିପୋର୍ଟ ଆଜି ପର୍ଯ୍ୟନ୍ତ ମିଳିନାହିଁ । ସେହିପରି କୃଷି ବଜେଟ ଏବଂ କୃଷି କ୍ୟାବିନେଟର ଘୋଷଣା କେବଳ ଫାଇଲ ଭିତରେ ସୀମିତ ରହିଛି । ରାଜ୍ୟସରକାର ଚାଷୀମାନଙ୍କ ପାଇଁ ଜଳସେଚନର ବ୍ୟବସ୍ଥା ନକରିବା , ଭାଗ ଚାଷୀମାନଙ୍କ ପାଇଁ ଆଇନ ନଆଣିବା, ରାଜ୍ୟର ସମସ୍ତ ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ କରିବା କହି ଗୋଟିଏ ଭଣ୍ଡାରର କାର୍ଯ୍ୟ ଆରମ୍ଭ ନକରିବା, ଆଳୁ କମିଶନ ବିଫଳ ହେବା ଆଦି ବିଭିନ୍ନ ପ୍ରସଙ୍ଗରୁ ସ୍ପଷ୍ଟ ଜଣାପଡୁଛି କି ରାଜ୍ୟସରକାର ଚାଷୀମାରଣ ନୀତି ଅବଲମ୍ବନ କରିଚାଲିଛନ୍ତି । ଅନ୍ୟପଟେ ସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ ଚାଷୀ ଋଣ ଭାରରେ ବୁଡି ନିଜର ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି କଠୋର ନିଷ୍ପତି ନେବାକୁ ବାଧ୍ୟ ହେଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀମାନଙ୍କର ବିକାଶ ଏବଂ ଚାଷୀର ଆୟକୁ ଦ୍ୱିଗୁଣିତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଚାଷଠୁ ଆରମ୍ଭ କରି ବଜାରରେ ଉତ୍ପାଦନ ସାମଗ୍ରୀ ବିକ୍ରି କରିବା ପଯ୍ୟର୍ନ୍ତ ସମସ୍ତ ପ୍ରକାରର ସୁବିଧା କେନ୍ଦ୍ର ସରକାର କରିଛନ୍ତି । ଧାନରସର୍ବନିମ୍ନ ମୂଲ୍ୟ ବୃଦ୍ଧି କରିବା, ନିମ କୋଟିଙ୍ଗ ୟୁରିଆ, ସଏଲ ହେଲଥ କାର୍ଡ, ସିଂଚାଇ ଯୋଜନା, ଫସଲ ବୀମା ଯୋଜନା, ଇ –ମଣ୍ଡି, ଶୀତଳ ଭଣ୍ଡାର ଆଦି ବୃଦ୍ଧି କରିବା ପ୍ରସଙ୍ଗରେ କେନ୍ଦ୍ରସରକାର ଐତିହାସିକ ପଦକ୍ଷେପ ଗ୍ରହଣ କରି ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସାମାଜିକ ସୁରକ୍ଷା ପ୍ରଦାନ କରିଛନ୍ତି । କିନ୍ତୁ ପରିତାପ ବିଷୟ ହେଉଛି କି, ରାଜ୍ୟସରକାରଙ୍କ ଅପାରଗତା ଏବଂ ସ୍ଥାଣୁତା ପାଇଁ ରାଜ୍ୟର ଚାଷୀମାନଙ୍କ ପାଖରେ ସମସ୍ତ ସୁବିଧା ପହଂଚିପାରୁନାହିଁ । ରାଜ୍ୟସରକାରଙ୍କ ଅତ୍ୟଧିକ ପିସି କାରବାର ଯୋଗୁଁ କେନ୍ଦ୍ର ସରକାରଙ୍କ କୃଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ସବୁ ରାଜ୍ୟର ଚାଷୀମାନଙ୍କ ପାଖରେ ପହଂଚି ପାରୁନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆଜି ତରବରିଆ ଭାବେ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିବା କେବଳ ଏକ ପ୍ରହଳିକା । ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଦେଇଥିବା ପ୍ରତିଶୃତି ଆଜି ପାଣିର ଗାର ପାଲଟିଛି । ୧୯ ବର୍ଷ ଶାସନ ମଧ୍ୟରେ ରାଜ୍ୟସରକାର ଚାଷୀମାନଙ୍କ ଉନ୍ନତି ପାଇଁ କୈାଣସି ନିଷ୍ପତି ନେଇନଥବି । ସମୟରେ ଆଜି ଗୋଟିଏ ଦିନରେ କ’ଣ ନିଷ୍ପତି ନେବେ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ଚାଷୀମାନଙ୍କର ପ୍ରାଇସ, ପେଷ୍ଟିଜ ଓ ପେନସନ ଦାବିକୁ ରାଜ୍ୟସରକାର ତୁରନ୍ତ ଚର୍ଚ୍ଚା ମାଧ୍ୟମରେ ସମାଧାନ କରନ୍ତୁ । ଏଥି ସହ ରାଜ୍ୟସରକାର ଚାଷୀମାନଙ୍କୁ ସେମାନଙ୍କ ହକ୍ ଏବଂ ନ୍ୟାୟ ତୁରନ୍ତ ଦେବା ପାଇଁ ଶ୍ରୀ ପଣ୍ଡା ଦାବି କରିଛନ୍ତି ।

ରିପୋର୍ଟ:ଆକାଶ ମିଶ୍ର