


ଛତ୍ରପୁର (ସମୃଦ୍ଧ ଓଡିଶା) ୧୯୯୯ ମସିହା ମହାବାତ୍ୟାରେ ସମ୍ପୂର୍ଣ ବାସହୀନ ହୋଇପଡିଥିବା ଛତ୍ରପୁର ଆର୍ଯ୍ୟପଲ୍ଲୀ ପଞ୍ଚାୟତର କତୁରୁଠାରେ ଭାରତ ଇଲୋକ୍ଟ୍ରଇନିସ ଲିମିଟେଡ଼ ନିର୍ମାଣ କରିଥିବା ୫୬୦ଟି ବାସଗୃହକୁ ତତ୍କାଳୀନ ରାଜ୍ୟପାଳ ଏମ.ଏମ. ରାଜେନ୍ଦ୍ରନ ଓ ମନ୍ତ୍ରୀ ନବୀନ ପଟ୍ଟନାୟକ ରିବନ କାଟି ଶୁଭ ଉଦଘାଟନ କରି ଲୋକାର୍ପଣ କରି ଥିଲେ । ଦୀର୍ଘ ୨୦ ବର୍ଷ ବିତିଯାଇଥିଲେ ସୁଦ୍ଧା ରକ୍ଷଣା ବେକ୍ଷଣ ଅଭାବରୁ ଘରଗୁଡ଼ିକ ଭାଙ୍ଗିରୁଜି ଗଲାଣି ଯାହାକି ଅଧିବାସୀମାନେ ଘୋର ବିପଦର ସମ୍ମୁଖୀନ ପରିଣତ ହୋଇଥିବା ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ବାସଗୃହ ମରାମତି ହୋଇ ନ ଥିବା ବେଳେ ପାନୀୟ ଜଳର ସୁବିଧାନ ନାହିଁ କିମ୍ବା ଷ୍ଟ୍ରିଟଲାଇନ ନାହିଁ ଫଳରେ ଅଧିବାସୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପକ୍ଷରେ ବାଲିଖନନ କରିବା ନାଁରେ ଆଇଆରଇଏଲ(IREL) କମ୍ପାନୀ ଗାଁ ଖାଲି କରିବା ପାଇଁ ବିଭିନ୍ନ ପ୍ରକାର ଷଡଯନ୍ତ୍ର ଚାଲୁରଖି ଥିବା ଶୁଣିବାକୁ ମିଳୁଥିବାରୁ ଲୋକମାନେ ଆହୁରି ଆତଙ୍କ ଅବସ୍ଥାରେ ରହିଛନ୍ତି । ରାଜ୍ୟସରକାର ଓ ଆଇଆରଇଏଲ(IREL) କମ୍ପାନୀର ଏହି ଘୃଣ୍ୟ ଷଡଯନ୍ତ୍ର ତଥା ମିଳିତ କର୍ପୋରେଟରାଜ ବିରୁଦ୍ଧରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଆର୍ଯ୍ୟପଲ୍ଲୀ ପଞ୍ଚାୟତ କମିଟିର ଗ୍ରାମସଭାରେ ମଞ୍ଚ ଆବାହକ ଅବନୀ ଗୟା, ଛତ୍ରପୁର ସବଡ଼ିଭିଜନ କମିଟି ସଭାପତି ଗୁରୁଦେବ ବେହେରା, ଜାଙ୍ଗମାୟା ପ୍ରମୁଖଙ୍କ ନେତୃତ୍ୱରେ ଏହି ସବୁ ସମସ୍ୟା ଓ ଅଭିଯୋଗ ଉପରେ ଆଲୋଚନା କରାଯାଇ ଏହାର ସୁସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ନିର୍ଦ୍ଧାରଣ ହୋଇଥିବା ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



