
ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଗତକାଲି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିକ୍ରମପୁର ଗ୍ରାମର ୩ଜଣ ବ୍ୟକ୍ତି ପାଇଖାନା ଟାଙ୍କିରେ ଶ୍ୱାସରୋଦ୍ଧରେ ପ୍ରାଣ ହରାଇଥିବା ଖବର ପାଇ ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ଥିବା ଶବ ବ୍ୟବଛଦ ବିଭାଗ ପାଖରେ ଉପସ୍ଥିତ ରହି ଗ୍ରାମବାସି ତଥା ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମରଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ଏହି ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ସେଲ ସଭାପତି ରାଜୀବ କୁମାର ମିଶ୍ର, ଦଳର ଅନ୍ୟତମ ନେତା ଡ଼. ସୁବାଷ ସାହୁ, ସୁନୀଲ ପାତ୍ର, ରଜତ ପଣ୍ଡିତ, କିରଣ କୁମାର ସାହୁ, ତେଜେଶ୍ୱର ପାତ୍ର, ଚନ୍ଦନ କୁମାର ସାହୁ, ରାକେଶ ଭୂୟାଁ, ସନ୍ତୋଷ ସେଠି ପ୍ରମୁଖ ଉପସ୍ଥିତ ରହି ସମବେଦନା ଜଣାଇଥିଲେ । ଶ୍ରୀ ଜେନା ସବୁ ସମୟରେ ସର୍ବସାଧାରଣଙ୍କ ସୁଖ ଦୁଃଖର ଭାଗିଦାରୀରେ ସମ୍ପୃକ୍ତ ରହୁଥିବାରୁ ଦଳ ତଥା ସାଧାରଣ ଭାବେ ଚର୍ଚ୍ଚାର ବିଷୟ ଜୋର ଧରିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା