

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜିଲ୍ଲା ଆଇନସେବା ପ୍ରାଧିକରଣ ଅନୁକୁଲ୍ୟରେ ମୋଟର ଯାନ ଦୁର୍ଘଟଣା ଜନିତ ଆଇନ ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରାଧିକରଣ ଅଧକ୍ଷ ତଥା ଜିଲ୍ଲା ଜର୍ଜ ରାମ ଶଙ୍କର ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହ ଏମଏସିଟି ଜର୍ଜ ଶ୍ରୀମତୀ ସୌଭାଗିନୀ ମଲ୍ଲିକ, ସେକ୍ରେଟେରୀ ଡିଏଲଏସଏ ବିଜୟ କୁମାର ଦାସ, ଶ୍ୟାମ ସୁନ୍ଦର ସାହୁ, ପ୍ରେସିଡେଣ୍ଟ ସୁବ୍ରତ ସାହୁ, ସେକ୍ରେଟେରିଆଟ ଏମଏସିଟି ବାର ଆସୋସିଏନର ମୁଖ୍ୟ ମଞ୍ଚାସିନ ରହିଥିଲେ । ଏହାସହ ସଦର କୋର୍ଟ ମାନଙ୍କର ବରିଷ୍ଠ ବିଚାରପତିଙ୍କ ସହ ଗଞ୍ଜାମ ବାର ଆସୋସିଏସନ ଓ ଏମଏସିଟି ବାର ଆସୋସିଏସନର ବହୁ ଆଇନଜୀବୀ, ପାନାଲ ଓକିଲ, ପାରାଲିଗାଲ ଭଲ୍ୟୁଣ୍ଟର ଓ ପୋଲିସ ଅଫିସର ମାନେ ଉପସ୍ଥିତ ଥିଲେ । ମୋଟର ଯାନ ଦୁର୍ଘଟଣା ଜନିତ ଆଇନ ସମ୍ପର୍କିତ ଏହି ସଚେତନତା ଶିବିରରେ ବରିଷ୍ଠ ବିଚାରପତି ଓ ଆଇନଜୀବୀ ମାନଙ୍କ ମଧ୍ୟରେ ବହୁ ବିଷୟ ଆଲୋଚନା ହେବା ସହ ପ୍ରାଧିକରଣ ଠାରେ ଥିବା ମୋଟର ଯାନ ଦୁର୍ଘଟଣା ମଧ୍ୟସ୍ଥିତ କେନ୍ଦ୍ର ଦ୍ୱାରା ଏହି ସମସ୍ତ ମାମଲା ଗୁଡିକ କିଭଳି ଭାବେ ଶୀଘ୍ର ସମାଧାନ କରାଯାଇ ଲୋକମାନଙ୍କୁ ରିହାତି ହେବା ବିଷୟରେ ଆଲୋଚନା ହୋଇଥିଲା । ପରିଶେଷରେ ଏମଏସିଟି ବାର ଆସୋସିଏସନ ସେକ୍ରେଟାରୀ ସୁବ୍ରତ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

