ପ୍ରାୟ ଦେଢ଼ ମାସ ପରେ ଉଠିଲା ରହସ୍ୟ ପୂର୍ଣ୍ଣ ନାୟକ ହତ୍ୟାକାଣ୍ଡର ପର୍ଦ୍ଦାଫାସ

ଭୁବନେଶ୍ୱର (ଆକାଶ ମିଶ୍ର) : ନୟାପଲ୍ଲୀ ପୁର୍ଣ୍ଣ ନାୟକ ହତ୍ୟାକାଣ୍ଡର ଘଟଣାର ପର୍ଦ୍ଦାଫାଶ କରିଛି ସ୍ପେଶାଲ ସ୍କ୍ୱାଡ଼ । ଟଙ୍କା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି । ଘଟଣାର ଅନ୍ୟତମ ଅଭିଯୁକ୍ତ ନରେଶ ମଲ୍ଲିକକୁ କମିଶନରେଟ ପୋଲିସ ଯାଜରର ବରି ରୁ ଗିରଫ କରିଛି । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ବୁନା ଜେନା ଏବେ ବି ଫେରାର ଅଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଗତ ଅଗଷ୍ଟ ୨୧ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ନୟାପଲ୍ଲୀ ଆଇଆରସି ଭିଲେଜ ଏକ ହାଇସ୍କୁଲ ପଡିଆରୁ ପୂର୍ଣ୍ଣଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା ।ମିଳିଥିବା ସୂଚନା ଅନୁଯାୟୀ ବୁନା ଜେନା ଠାରୁ ମୃତ ପୂର୍ଣ୍ଣ ନାଏକ କିଛି ଟଙ୍କା କରଜ ନେଇଥିଲା । ଅକାଧିକ ଥର ମାଗିବା ସତ୍ତ୍ବେ ଫେରାଉନଥିଲା । ଫଳରେ ଅଗଷ୍ଟ ୨୧ ତାରିଖ ସଂଧ୍ୟରେ ମୋବାଇଲ ହଜିଯାଇଛି କହି ପୂର୍ଣ୍ଣକୁ ବୁନାଜେନା ଏବଂ ତାର ସାଙ୍ଗମାନେ ଆଇଆରସି ଭିଲେଜକୁ ଡାକି ନେଇଥିଲେ । ସେଠାରେ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ପୂର୍ଣ୍ଣଙ୍କ ଜୀବନ ଚାଲିଯାଇଥିବା ନେଇ ପୋଲିସ ସୂଚନା ଦେଇଥିଲେ ।