ପ୍ରିୟାଂଶୁ ହଟାଓ ବିଜେଡି ବଞ୍ଚାଓ ସ୍ଲୋଗାନରେ କମ୍ପିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ…

ଛତ୍ରପୁର(ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କୁ ବିଜେଡିରୁ ହଟାଇଲେ ବିଜେଡି ବଞ୍ଚିବ ବୋଲି ନାରା ଦେଇ ପ୍ରିୟାଂଶୁ ଅସନ୍ତୁଷ୍ଠ ବିଜେଡି କର୍ମୀମାନେ ଗଂଜାମ ଏନଏସିରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ବିଜେଡିର ବିଶାଳ ବନ୍ଧୁମିଳନ ଓ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଥିବା ଏକ ବ୍ୟାନର ଲଗାଇ ବିଧାୟକ ପ୍ରିୟନସୁ ପ୍ରଧାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀଙ୍କ ଗୋଚରାର୍ଥେ ଗଂଜାମ ଏନଏସିରେ ଏଭଳି ବିରୋଧାଭାଷ ସୃଷ୍ଟି ହୋଇଥିଲା । ଏସମ୍ପର୍କରେ ଆମ ପ୍ରତିନିଧି ବିଧାୟକ ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ ଆପଣ ତ ଜାଣିଥିବେ ଛତ୍ରପୁର କିପରି ଥିଲା ? ବର୍ତ୍ତମାନ ଚିତ୍ର କିପରି ଅଛି ? ଆଗାମୀ ନିର୍ବାଚନ ବେଳେ ମୋପ୍ରତି କେତେ ଲୋକପ୍ରିୟତା ଅଛି ସ୍ପଷ୍ଟ ପ୍ରମାଣିତ ହୋଇଯିବ ବୋଲି ସେ କହିଥିଲେ ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା