ପ୍ରିୟ ରଞ୍ଜନ ପୃଷ୍ଟି ହେଲେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭାବେ ପ୍ରିୟ ରଞ୍ଜନ ପୃଷ୍ଟି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଛତ୍ରପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉ ଥିବାବେଳେ ତାଙ୍କ ପଦୋନ୍ନତି ହୋଇଛି । ଶ୍ରୀ ପୃଷ୍ଟି ୨୦୦୦ ବ୍ୟାଚର ଓଏଏସ ଅଧିକାରୀ ଅଟନ୍ତି । ସେ ପୂର୍ବରୁ ନୂଆପଡା, ନୟାଗଡ, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପଦବୀରେ ରହି କାର୍ଯ୍ୟ କରି ଆସିଛନ୍ତି । ଆଜି ସେ ଦାୟିତ୍ୱ ଗ୍ରହଣ କଲା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଜିଲ୍ଲାର ସମସ୍ତ ଉନ୍ନୟନ କାର୍ଯ୍ୟ ସହ ବିଭାଗର ସଠିକ୍ ପରିଚାଳନା କରିବେ ବୋଲି ସେ ସୂଚନା ଦେଇଛନ୍ତି । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଫୁଲ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା