

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି ଏବଂ ଫାଷ୍ଟ ଲେଡି ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି ଏବଂ ଏହା ସହିତ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ରାଜ୍ୟବାସୀଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ପବିତ୍ର ପ୍ରୟାଗରାଜ ସଙ୍ଗମସ୍ଥଳରେ ଦେଶ ବିଦେଶର କୋଟି କୋଟି ଭକ୍ତ ଗଭୀର ବିଶ୍ୱାସ ସହିତ ଏକତ୍ରିତ ହେଉଛନ୍ତି । ପ୍ରୟାଗରାଜ ମହାକୁମ୍ଭର ସଫଳ ଆୟୋଜନ ଓ ସୁନ୍ଦର ବ୍ୟବସ୍ଥା ପାଇଁ ରାଜ୍ୟପାଳ ଡ଼ଃ କମ୍ଭମପାଟି ଉତ୍ତରପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ରାଜ୍ୟପାଳ କହିଛନ୍ତି ଯେ, ଏହି ମହାକୁମ୍ଭ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଆଧ୍ୟାତ୍ମିକତାର ପ୍ରତିଫଳନ ଅଟେ । ଏଠାରେ ଦେଖା ଯାଉଥିବା ଭକ୍ତି, ଶୃଙ୍ଖଳା ଓ ସମନ୍ୱୟର ଭାବନା ପ୍ରକୃତରେ ପ୍ରେରଣାଦାୟକ ବୋଲି ରାଜ୍ୟପାଳ କହିଛନ୍ତି ।
ରିପୋର୍ଟ : ସଂଜୀବ ବାରିକ, ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ