ପ୍ଲାଷ୍ଟିକ ବଦଳରେ ପ୍ୟାକେଜିଙ୍ଗ ପାଇଁ ନୂତନ ବିଚାରଧାରା ପ୍ରତି ପୂର୍ବତଟ ରେଳପଥର ଗୁରୁତ୍ୱାରୋପ:ପ୍ଲାଷ୍ଟିକ ପ୍ରଦୂଷଣ ସମ୍ବନ୍ଧରେ ଆଲୋଚନାଚକ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ୱଚ୍ଛତା ହିଁ ସେବା – ସ୍ୱଚ୍ଛତା ପକ୍ଷ୍ୟ-୨୦୧୯ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ପରିବେଶ ପ୍ରଦୂଷଣ ଓ ପ୍ଲାଷ୍ଟିକ ମୁକ୍ତ ରାଷ୍ଟ୍ର ଗଠନ ସମ୍ବନ୍ଧରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଯୋଗଦେଇ ରେଳ ପରିସର, ଟ୍ରେନ, ରେଳବାଇ କଲୋନୀ ଏବଂ ରେଳବାଇ କାର୍ଯ୍ୟାଳୟ ଗୁଡିକ ସହିତ ଅନ୍ୟାନ ରେଳବାଇ କାର୍ଯ୍ୟଶାଳା ଅଞ୍ଚଳ ମାନଙ୍କରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରିବା ସହିତ ରେଳଯାତ୍ରୀ, ଭେଣ୍ଡର, ରେଳବାଇ କାର୍ମଚାରୀ, ରେଳ ବ୍ୟବହାରକାରୀ ମାନେ ଯେପରି ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରିବେ ସେଥିପ୍ରତି ଉତ୍ସାହିତ କରିବାକୁ ବ୍ୟାପକ ପଦକ୍ଷେପ ନେବାପ୍ରତି ଗୁରୁତ୍ୱାରୋପ କରିଥିଲେ । ପ୍ୟାକେଜିଙ୍ଗ ଗୁଡିକରେ ବ୍ୟବହୃତ ବହୁ ମାତ୍ରାର ପ୍ଲାଷ୍ଟିକ ବ୍ୟବହାର ସମ୍ବନ୍ଧରେ ପୁନଃବିଚାର ଏବଂ ପରିକଳ୍ପନାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ଅବସରରେ ଓଡିଶା ପରିବେଶ ସମାଜର ସମ୍ପାଦକ ତଥା ଓଡିଶା ବିଜ୍ଞାନ ଓ ପରିବେଶ କଂଗ୍ରେସର ଆବାହକ ଡ଼. ଜୟକୃଷ୍ଣ ପଣିଗ୍ରାହୀ ଯୋଗଦେଇ କହିଛନ୍ତି ଯେ ଯେହେତୁ ପ୍ଲାଷ୍ଟିକ ଦ୍ରବ୍ୟ ପରିବେଶକୁ ପ୍ରଭାବିତ କରୁଛି ଏବଂ ଏହା ଆଦୌ ଅଧଃପତିତ ହୁଏ ନାହିଁ, ଏହାକୁ ପୁନଃଶ୍ଚ କରିବା କଠିନ କର ଅଟେ ଓ ଏହା ମଣିଷ ଶରୀର ପ୍ରତି ମଧ୍ୟ କ୍ଷତିକାରକ ଅଟେ ତେଣୁ ସାଧାରଣ ଜନତାଙ୍କୁ ବ୍ୟାପକ ସଚେତନତା ମାଧ୍ୟମରେ ପ୍ରବର୍ତ୍ତାଇବା ପାଇଁ ପଦକ୍ଷେପ ନିଆଯିବା ଦରକାର ଯାହା ଦ୍ୱାରା ପ୍ଲାଷ୍ଟିକର ଉପଯୋଗ କାମ ହେବା ସହିତ ଧୀରେ ଧୀରେ ଆମ ରାଷ୍ଟ୍ର ପ୍ଲାଷ୍ଟିକ ମୁକ୍ତ ହୋଇପାରିବ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥର ବିଭିନ୍ନ ବିଭାଗୀୟ ପ୍ରମୁଖ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ଲାଷ୍ଟିକ ମୁକ୍ତ ପରିବେଶ ଉପରେ ଗୁରୁତ୍ୱାରୋପ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା