ଛତ୍ରପୁର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଝଡ଼ ‘ଫନି’ ଆସି ତାର ପ୍ରଭାବ ଦେଖାଇ ଚାଲିଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଜନସାଧାରଣଙ୍କୁ ବାତ୍ୟା ସମ୍ବନ୍ଧରେ ଲୋକଙ୍କୁ ବ୍ୟାପକ ଭାବେ ସେଚତନତା ଏବଂ ଲୋକଙ୍କ ସହେଯାଗ ପାଇଁ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ ସଫଳ ହୋଇଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରକାଶ କରିଛନ୍ତି । ବାରମ୍ବାର ଗ୍ରାମବାସୀ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛନ୍ତି ଏବଂ ବହୁ କ୍ଷତି ସହୁଛନ୍ତି । ରାଜ୍ୟ ସରକାର ସହାୟତାରେ ବିପର୍ଯ୍ୟୟ ସମୟରେ ଜିଲ୍ଲାବାସୀ ଧନଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ବିଗତ ବାତ୍ୟା ସହ ବର୍ତ୍ତମାନ ସାମୁଦ୍ରିକ ଝଡ଼ ‘ଫନି’ର ମୁକାବିଳାରେ ଜିଲ୍ଲାବାସୀଙ୍କ ସମ୍ମିଳିତ ସହଯୋଗର ଉଦାହରଣ ସାଜିଛି । ବାତ୍ୟା ପୂର୍ବରୁ ଏବଂ ପରବର୍ତ୍ତି ସମୟରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଶାସନର ଉଚ୍ଚସ୍ତରୀୟ ଟିମ ସମେତ ସ୍ୱାସ୍ଥ୍ୟ ବିଭାଗ, ବିଡିଓ, ତହସିଲଦାର ଏବଂ ବିଭିନ ଲାଇନ ବିଭାଗର ଅଫିସର ଓ କର୍ମଚାରିମାନେ ପ୍ରଶାସନିକ କାର୍ଯ୍ୟ କରିଛନ୍ତି । ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରୁ ୩ ଲକ୍ଷ ୧୬ ହଜାର ୪ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିଲା । ସମସ୍ତ ଅସୁରକ୍ଷିତ ଘରର ଲୋକଙ୍କୁ ନିକଟସ୍ଥ ପକ୍କା ଘରକୁ ସ୍ଥାନାନ୍ତରିତ କରିବା ପାଇଁ ସମସ୍ତ ଅଧିକାରୀ, କର୍ମଚାରୀ, ପଞ୍ଚାୟତ ଜନପ୍ରତିନିଧି ଏବଂ ସ୍ଥାନୀୟ ବିଧାୟକମାନେ, ସ୍ଥାନୀୟ ଯୁବଗୋଷ୍ଠୀ ଓ ସ୍ୱେଚ୍ଛାସେବୀମାନେ ବିପୁଳ ସହେଯାଗ କରିଥିଲେ । ସାମୁଦ୍ରିକ ଝଡ ଫନି ବାତ୍ୟାକୁ ଦୃଷ୍ଟିରେ ରଖି ୫୧୭ ଜଣ ଗର୍ଭବତୀଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେମାନଙ୍କ ମଧ୍ୟରୁ ମେଡିକାଲରେ ୧୫୩ ଜଣ ପ୍ରସବ କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ପ୍ରସବ ଶିଶୁ ସୁରକ୍ଷିତ ଥିବା ସୂଚନା ଦିଆଯାଇଛି । ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ ଠାରୁ ଆରମ୍ଭ କରି ଗଛଡାଳ ଭାଙ୍ଗି ରାସ୍ତା ଜାମ ହୋଇଯାଇଥିଲା କିନ୍ତୁ ଅଞ୍ଚଳକୁ ୨ ଘଣ୍ଟା ମଧ୍ୟରେ ସୁବ୍ୟବସ୍ଥା କରାଯାଇଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଓ ପରିମଳ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ସମସ୍ତ ଅଞ୍ଚଳକୁ ଯାନବାହନ ଯୋଗାଇବାର ବ୍ୟବସ୍ଥା କରିବା ପାଇଁ ଗଞ୍ଜାମ ଆରଟିଓ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ‘ତିତଲି’ ବାତ୍ୟା, ଚଳିତ ସାଧାରଣ ନିର୍ବାଚନ ଓ ‘ଫନି’ର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ଅଫିସର ଏବଂ ଜନସାଧାରଣ ଉଚିତ ସହେଯାଗ କରିବା ଯୋଗୁଁ ଜିଲ୍ଲା ପ୍ରଶାସନ ଆଜି ସବୁ କ୍ଷେତ୍ରରେ ସଫଳତ। ହାସଲ କରିଛି । ଏହା ସହିତ ଗଞ୍ଜାମରେ ଫନି ମୁକାବିଲା ତଦାରଖ ଦାୟିତ୍ୱ ଆଇଜି ଅମିତାଭ ଠାକୁର ଉପସ୍ଥିତି, ଡିଆରଡିଏ ପିଡି ଏବଂ ତାଙ୍କ ଟିମ, ବିଏମସି କମିସନର ଓ ତାଙ୍କ ଟିମ, ନଗର ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ସମସ୍ତ ଏନଏସି କାର୍ଯ୍ୟ ନିର୍ବାହୀ ଅବକାରୀମାନେ ମଧ୍ୟ ଏହି ମୁକାବିଲାରେ ବହୁ ସହଯୋଗ କରିଥିଲେ । ଜିଲ୍ଲା ଯୋଗାଣ ଅବକାରୀ ନେତୃତ୍ୱରେ ଖାଦ୍ୟ ସାମଗ୍ରୀ ଚଢା ଦରରେ ବିକ୍ରି କରୁଥିବା କଳାବଜାରୀଙ୍କ ଉପେର କଡ଼ା ଦୃଷ୍ଟି ରଖାଯାଇଥିଲା ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ‘ଫନି’ ପ୍ରଭାବେର ଜିଲ୍ଲାରେ ଆଂଶିକ ଭାବେ କ୍ଷୟକ୍ଷତି ଘଟିଥିବା ସ୍ଥାନକୁ ଯାଞ୍ଚ କରି କ୍ଷୟକ୍ଷତିର ଆକଳନ ରିପୋର୍ଟ ପ୍ରସ୍ତୁତି ଚାଲିଛି ବୋଲି ସୂଚନା ଦେଇଛନ୍ତି । ଆଗାମୀ ଦିନରେ ସରକାର ଉପକୂଳବର୍ତ୍ତୀ କଚ୍ଚା ଘରଗୁଡିକୁ ପକ୍କା ଘର କରିବା ଲାଗି ପଦକ୍ଷେପ ନେଇଛନ୍ତି । ଋଷିକୂଲ୍ୟା ଉନ୍ନୟନ କମିଟି ଦ୍ୱାରା ଋଷିକୂଲ୍ୟାର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ବାତ୍ୟା ମୁକାବିଲା ନେଇ ମହିଳା ଗୋଷ୍ଠୀେଙ୍କୁ ସେଚତନ କରାଯିବ ଏବଂ ଯୁବଗୋଷ୍ଠୀଙ୍କୁ ମଧ୍ୟ ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ତାଲିମ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ‘ଫନି’ର ମୁକାବିଲାରେ ଜିଲ୍ଲା ପ୍ରଶାସନ ସହ ପୋଲିସ ବିଭାଗ ମଧ୍ୟ ଜନସାଧାରଣଙ୍କୁ ସେଚତନ ଓ ସହେଯାଗ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଗଞ୍ଜାମରେ ଜିରୋ କାଜୁଆଲିଟି ପାଇଁ ଆମେ ପ୍ରତିଶ୍ରୁତିବନ୍ଧକ ଥିଲୁ । ମା’ତାରାତାରିଣୀଙ୍କ କୃପାରୁ ଆମେ ଆଜି ସଫଳ ହୋଇପାରିଛୁ ବୋଲି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ କହିଛନ୍ତି । ବାତ୍ୟା ସମୟରେ ସହାୟତା ପାଇଁ ପ୍ରତ୍ୟେକ ଥାନାରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ଗାଡି, ସାଟେଲାଇଟ ଫୋନର ବ୍ୟବସ୍ଥା କରାଯାଇଥିଲା । କୌଣସି ଅଞ୍ଚଳରୁ ଖବର ଆସିବା ମାତ୍ରେ ତୁରନ୍ତ ପଦକ୍ଷେପ ନିଆଯାଉଛି । ସେହିଭଳି ଆସିକା ଓ ସୋରଡ଼ା ଅଞ୍ଚଳରେ ଗୋଟିଏ ଲେଖାଏଁ ଏନଡିଆରଏଫ ଟିମ, ଚିକିଟି, ଛତ୍ରପୁର ଓ ଖଲ୍ଲିକୋଟ ଅଞ୍ଚଳରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ, ଏହା ସହିତ ପ୍ରତ୍ୟେକ ଥାନାରେ ୨୦ ଜଣ ଲେଖାଏଁ ବିଜୁ ଯୁବ ବାହିନୀ ସଦସ୍ୟ ଲୋକ ସେବାରେ ନିୟୋଜିତ ଥିଲେ ବୋଲି ଏସପି ଶ୍ରୀ ରାଏ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବିଏମସି କମିସନର ଚକ୍ରବର୍ତ୍ତୀ ସିଂ ରାଠୋର, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠି ଓ କବିନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା